ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ଉପରେ ଆଜି ପ୍ରଥମ ଥର ପାଇଁ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶିବସେନାର ସର୍ତ୍ତ ଆମ ପାଇଁ ଗ୍ରହଣୀୟ ନଥିଲା ଏବଂ ଶିବସେନା ଏବେ ଭିନ୍ନ ରାସ୍ତା ଆପଣାଇଛି ବୋଲି ଶାହ କହିଛନ୍ତି। ନିର୍ବାଚନ ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ଏବଂ ମୁଁ ସ୍ପଷ୍ଟ କରିଦେଇଥିଲୁ ଏବଂ ଏଥିରେ କିଛି ଦ୍ବନ୍ଦ୍ବ ନଥିଲା। ଏବେ ଶିବସେନାର ନୂଆ ଦାବି ଆମ ପାଇଁ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ଶାହ କହିଛନ୍ତି। ରାଜ୍ୟପାଳଙ୍କ ପଦକ୍ଷେପକୁ ସମର୍ଥନ କରି ଶାହ କହିଛନ୍ତି, ରାଜ୍ୟପାଳ ସମସ୍ତ ଦଳକୁ ସରକାର ଗଠନ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ସରକାର ଗଠନ ପାଇଁ ଦାବି କରିବାକୁ ବିଭିନ୍ନ ଦଳଙ୍କ ପାଖରେ ୧୮ ଦିନ ସମୟ ଥିଲା। ସରକାର ଗଠନ ପାଇଁ କେହି ଦାବି ଉପସ୍ଥାପନ କରିନଥିଲେ। ଏହାପରେ ରାଜ୍ୟପାଳ ଗୋଟିଏ ପରେ ଗୋଟିଏ ଦଳକୁ ସରକାର ଗଠନ ପାଇ ଡାକିଥିଲେ। ଯଦି ଏବେ ବି କୌଣସି ଦଳ ପାଖରେ ସରକାର ଗଠନ ପାଇଁ ସଂଖ୍ୟା ଅଛି ତା’ହେଲେ ସେମାନେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରନ୍ତୁ ବୋଲି ଶାହ କହିଛନ୍ତି।
ଶିବସେନାର ନୂଆ ଦାବି ଗ୍ରହଣୀୟ ନୁହେଁ: ଶାହ
ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରାଯାଇଥିଲା, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସମର୍ଥନ
/sambad/media/post_attachments/wp-content/uploads/2019/11/amit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)