ଡେରାଡୁନ: ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବାଦଲ ଫଟା ବର୍ଷା ହେତୁ କ୍ଷୀର ଗଙ୍ଗା ନଦୀରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ପ୍ରାଚୀନ ଶିବ ମନ୍ଦିରର କଳ୍ପ କେଦାର ମାଟି ତଳେ ପୋତି ହୋଇଯାଇଛି।
ସ୍ଥାନୀୟଲୋକଙ୍କ କହିବାନୁସାରେ,କୌଣସି ଏକ ବିପର୍ଯ୍ୟୟ ଯୋଗୁଁ ଏହି ମନ୍ଦିର ମାଟି ତଳେ ପୋତି ହୋଇ ରହିଥିଲା। କେବଳ ଏହାର ଉପର ଅଂଶ ଦୃଶ୍ୟମାନ ହେଉଥିଲା। ୧୯୪୫ ମସିହାରେ ଖନନ ପରେ ଏହି ମନ୍ଦିର ଆବିଷ୍କୃତ ହୋଇଥିଲା। ମାଟି ତଳୁ ବାହାରିଥିବା ଏହି ପ୍ରାଚୀନ ଶିବ ମନ୍ଦିରର ଗଠନ କେଦାରନାଥ ମନ୍ଦିର ପରି ଥିଲା। ଏହି ମନ୍ଦିରଟି ମାଟିର ଗଭୀର ଭିତରେ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/06/f2307fb6-180a-4116-a7df-baba9151a610-2025-08-06-16-55-04.jpg)