୭୪୦କୋଟିର ଠକେଇ ମାମଲାରେ ଔଷଧ କମ୍ପାନି ରାନବାକ୍ସିର ପୂର୍ବତନ ମାଲିକ ଶିବିନ୍ଦର ସିଂହ ଗିରଫ

ନୂଆଦିଲ୍ଲୀ : ଫୋର୍ଟିିସ୍‌ ଗ୍ରୁପର ପୂର୍ବ ସଂସ୍ଥାପକ ଶିବିନ୍ଦର ମୋହନ ସିଂହଙ୍କୁ ଗୁରୁବାର ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଗିରଫ କରିଛି । ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ରେଲିଗେୟାର ଦ୍ୱାରା ରୁଜୁ କରାଯାଇଥିବା ଏତଲା ଆଧାରରେ ଶିବିନ୍ଦର ମୋହନ ସିଂହଙ୍କୁ ଗିରଫ କରାଯାଇଛି । ତାଙ୍କ ସହ ଅନ୍ୟ ୩ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ କରାଯାଇଥିବା ୪ଜଣଙ୍କ ମଧ୍ୟରେ ରେଲିଗେୟରର ପୂର୍ବ ଅଧ୍ୟକ୍ଷ ସୁନୀଲ ଗୋଧଓ୍ଵାନି ମଧ୍ୟ ସାମିଲ ଅଛନ୍ତି । ୪ଜଣ ଅଭିଯୁକ୍ତ ବେଆଇନ୍‌ ଭାବେ ଟଙ୍କା ବାହାର କରିବା ଏବଂ ୭୪୦କୋଟି ଟଙ୍କା ହେରାଫେର କରିଥିବାର ଅଭିଯୋଗ ଆଣିଥିଲା ରେଲିଗେୟାର । ଘଟଣାର  ତଦନ୍ତ କରି ପୁଲିସ ସେମାନଙ୍କୁ ଗିରଫ କରିଛି ।

Image result for shivinder mohan singh
Business Today

ସବୁଠାରୁ ବଡ଼ କଥା ହେଲା, ରେଲିଗେୟାରର ସ୍ଥାପନା ପ୍ରଥମେ ଶିବିନ୍ଦର ମୋହନ ସିଂହ ଓ ତାଙ୍କ ଭାଇ ମଲ୍‌ବିନ୍ଦର ସିଂହ କରିଥିଲେ । ନିଜର ଔଷଧ କମ୍ପାନୀ ରାନବାକ୍ସିକୁ ଏକ ଜାପାନୀ ଔଷଧ କମ୍ପାନୀ ଦାଇଚି ସାନ୍‌ୟୋକୁ ବିକିବା ପରେ ଦୁହେଁ ରେଲିଗେୟାର ଓ ଫୋର୍ଟିସ୍‌ ହସ୍ପିଟାଲରେ ସ୍ଥାପନା କରିଥିଲେ । କିନ୍ତୁ ଧିରେ ଧିରେ ଦୁଇ ଭାଇଙ୍କର ପତନ ଆରମ୍ଭ ହେବା ସହ ଦୁଇଟି କମ୍ପାନୀ ତାଙ୍କ ହାତରୁ ଚାଲି ଯାଇଥିଲା ।

ସମ୍ବନ୍ଧିତ ଖବର