ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ଡିକେ ଶିବକୁମାର

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଅନ୍ୟତମ ଟାଣୁଆ ନେତା ଡିକେ ଶିବକୁମାରଙ୍କୁ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ରିମାଣ୍ଡକୁ ପଠାଇଦେଇଛନ୍ତି । କୋର୍ଟରେ ଶିବକୁମାରଙ୍କ ଓକିଲ କହିଥିଲେ ଯେ ସେ ସବୁବେଳେ ଇଡି ତଦନ୍ତରେ ସହାୟତା କରିଆସିଛନ୍ତି । କିନ୍ତୁ ଏହାର ଜବାବରେ ଇଡି ଓକିଲ କହିଥିଲେ ଯେ ଶିବକୁମାର ଇଡିର ସମନ ଅନୁସାରେ ହାଜିର ହୁଅନ୍ତି, କିନ୍ତୁ ସେ ତଦନ୍ତରେ ସହଯୋଗ କରନ୍ତି ନାହିଁ କିମ୍ବା ତଦନ୍ତକୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତି । ଏଣୁ ତାଙ୍କୁ ୧୪ ଦିନର ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା । ତେବେ କୋର୍ଟ ଇଡିକୁ ୧୦ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି ।

ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଗତକାଲି ଗିରଫ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର