ଶ୍ରୀନଗର: ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ପବିତ୍ର ଅମରନାଥ ଯାତ୍ରା ପୂରା ହେବା ପୂର୍ବରୁ ବାବାଙ୍କ ବରଫ ଲିଙ୍ଗ ଅନ୍ତର୍ଧ୍ୟାନ ହୋଇଯାଇଛି। ବାବାଙ୍କ ଅନ୍ତର୍ଧ୍ୟାନ ପରେ ଶିବଙ୍କ ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି। ବିଗତ କିଛି ବର୍ଷ ହେବ ସମୟ ପୂର୍ବରୁ ବରଫ ଶିବଲିଙ୍ଗ ତରଳି ଯାଉଛି। କିଛି ଦିନ ପୂର୍ବରୁ ଶିବଲିଙ୍ଗର ଆକାର କ୍ରମାଗତ ଭାବେ କମ୍ ହେବାରେ ଲାଗିଥିଲା। ଏଥି ପାଇଁ ଅମରନାଥ ଯାତ୍ରୀମାନେ ମନ ଦୁଃଖ ପ୍ରକାଶ କରୁଥିଲେ।
/sambad/media/post_attachments/wp-content/uploads/2018/07/amarnath-yatra-pti-300x169.jpg)
ବିଗତ ୧୦ ବର୍ଷ ହେବ ଏମିତି ଘଟଣା ଦେଖିବାକୁ ମିଳୁଛି। ଅମରନାଥ ଯାତ୍ରା ଆରମ୍ଭ ହେବାର କିଛି ଦିନ ପରେ ବରଫ ଲିଙ୍ଗ ତରଳି ଯାଉଛି। ବରଫ ଶିବଲିଙ୍ଗର ସୁରକ୍ଷା ପାଇଁ ବିଗତ ଦିନରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଚିନ୍ତା କରିଥିଲା। ସେଥିପାଇଁ ଏଥର ହେଲିକପ୍ଟରକୁ ଗୁମ୍ପା ଠାରୁ ଦୂରରେ ଲ୍ୟାଣ୍ଡ କରାଯାଉଥିଲା। ଏହା ପୂର୍ବରୁ ଗୁମ୍ଫା ନିକଟରେ ହେଲିପ୍ୟାଡ ନିର୍ମର୍ାଣ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଜୁନ ୨୮ରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା। ଏହା ରକ୍ଷାବନ୍ଧନ ଅବସରରେ ଅଗଷ୍ଟ ୨୮ରେ ଶେଷ ହେବାର ଥିଲା। କିନ୍ତୁ ଗୋଟିଏ ମାସ ପୂର୍ବରୁ ଶିବଲିଙ୍ଗ ତରଳି ଯାଇଥିବାରୁ ଭକ୍ତଙ୍କ ମନରେ ଆଘାତ ଲାଗିଛି। ଅମରନାଥ ଯାତ୍ରା ପାଇଁ ରବିବାର ୧୫୬୧ ଜଣ ତୀର୍ଥଯାତ୍ରୀ ଉତ୍ସାହର ସହିତ ବାହାରି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/amarnath.jpeg)