କଂଗ୍ରେସ ସହ ହାତ ମିଳାଇବାକୁ ଶିବପାଲ ରାଜି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜପାଟି ମେଣ୍ଟକୁ ଡକାୟତୀ ‌ମେଣ୍ଟ ବୋଲି ‌ଆଖ୍ୟା ଦେଇଛନ୍ତି ଶିବପାଲ ଯାଦବ। ଟଙ୍କା ପାଇଁ ଏହି ମେଣ୍ଟ ହୋଇଛି ଏବଂ ଜନତା ଏହାକୁ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ ଦଳ ଗଠନ କରିଥିବା ଶିବପାଲ କହିଛନ୍ତି ଯେ ସେ କଂଗ୍ରେସ ସହ ମେଣ୍ଟ ପାଇଁ ଆଗ୍ରହୀ। କଂଗ୍ରେସ ଆଜି ସବୁ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଏ ବାବଦରେ ଦଳ ପୁନର୍ବିଚାର କରୁ ବୋଲି ସେ କହିଛନ୍ତି। ତାଙ୍କ ଦଳର ବିନା ସମର୍ଥନରେ ଉତ୍ତର ପ୍ରଦେଶରେ କୌଣସି ମେଣ୍ଟ ବିଜେପିକୁ ହରାଇ ପାରିବ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ତାଙ୍କ ଦଳ ଧର୍ମନିରପେକ୍ଷ ଦଳଗୁଡ଼ିକ ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ରାଜ୍ୟ କଂଗ୍ରେସ ନେତାମାନେ ଶିବପାଲଙ୍କ ସହ ମେଣ୍ଟ କରିବାକୁ କୌଣସି ଆଗ୍ରହ ଦେଖାଉନାହାନ୍ତି।

ସମ୍ବନ୍ଧିତ ଖବର