ଲକ୍ଷ୍ନୌ: ଆଉ କେବେ ବି ପୂଜା ପାଲ୍ ବିଧାୟକ ହୋଇପାରିବନି। ବିରୋଧୀ ହୋଇ ବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରି ଦଳରୁ ବିଦା ହୋଇଥିବା ସମାଜବାଦୀ ପାର୍ଟି ବିଧାୟିକା ପୂଜା ପାଲ୍ଙ୍କୁ ନେଇ ଏଭଳି କହିଲେ ସପା ମହାସଚିବ ଶିବପାଲ ସିଂହ ଯାଦବ।
ତାଙ୍କ ସ୍ୱାମୀ ରାଜୁ ପାଲଙ୍କୁ ୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଗୁଳି କରି ହତ୍ୟା କରିଥିଲା। ନ୍ୟାୟ ପାଇଁ ସେ ଅନେକ ସଂଘର୍ଷ କରିବା ପରେ ଶେଷରେ ୨୦୨୩ରେ ଅତିକ୍ର ଅନ୍ତ ସହିତ ତାଙ୍କ ସଂଘର୍ଷର ସମାପ୍ତି ଘଟିଥିଲା। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟ କେହି ନଶୁଣିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଅପରାଧୀମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସହିତ ରାଜ୍ୟକୁ ଅପରାଧ ମୁକ୍ତ କରୁଥିବାରୁ ସେ ତାଙ୍କର ପ୍ରଶଂସା କରିଥିଲେ, ଯାହା ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିଲା।
ଏବେ ପୂଜା ଦଳରୁ ବିଦା ହୋଇସାରିଥିବା ବେଳେ ଏହାକୁ ନେଇ ସପା ମହାସଚିବ ଶିବପାଲ ସିଂହ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ଇଟାୱାରେ ପହଞ୍ଚିଥିବା ଶିବପାଲ କହିଛନ୍ତି ଯେ, "ପୂଜା ପାଲଙ୍କ ଭାଗ୍ୟ ବିଜେପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ହେବ ଏବଂ ସେ ଏବେ କେବେ ବିଧାୟକ ହୋଇପାରିବେ ନାହିଁ।"
ଗତକାଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୂଜା ପାଲଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପର ଆରୋପ ଲଗାଇ ତାଙ୍କୁ ଦଳରୁ ବିଦା କରାଯାଇଥିବା ବିଷୟରେ ଜଣାଇଥିଲେ। ଚିଠିରେ ଲେଖାଯାଇଥିଲା ଯେ, "ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଦଳ ବିରୋଧୀ ଏବଂ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ। ତେଣୁ, ଆପଣଙ୍କୁ ତୁରନ୍ତ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଉଛି। ଏହା ସହିତ, ଆପଣଙ୍କୁ ଦଳର ଅନ୍ୟ ପଦବୀରୁ ହଟାଇ ଦିଆଯିବ ଏବଂ ଆପଣ ଦଳର କୌଣସି କାର୍ଯ୍ୟକ୍ରମ/ବୈଠକରେ ଗ୍ରହଣ କରିପାରିବେ ନାହିଁ କିମ୍ବା ଆପଣଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/15/new-project-2-2025-08-15-12-17-03.jpg)