ମନ୍ତ୍ରୀ ହେଉ ହେଉ ଆକ୍ସନ ମୋଡରେ ଶିବରାଜ, ଡକାଇଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମୋଦି କ୍ୟାବିନେଟରେ ବଡ ଦାୟିତ୍ୱ ଦିଆଯାଇଛି । ଶିବରାଜଙ୍କୁ ଦେଶର ନୂଆ କୃଷି ମନ୍ତ୍ରୀ କରାଯାଇଛି । ଏହା ସହ ଶିବରାଜଙ୍କୁ କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମଧ୍ୟ ଦିଆଯାଇଛି । ଏବେ ଶିବରାଜ ସିଂ ଚୌହାନ ମନ୍ତ୍ରିମଣ୍ଡଳ ଦାୟିତ୍ୱ ପାଇବାର କିଛି ସମୟ ପରେ ଆକ୍ସନ ମୋଡକୁ ଆସିଛନ୍ତି । ଶିବରାଜ କୃଷି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡାକିଛନ୍ତି। ଶିବରାଜ କିଛି ବଡ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।

ସୂଚନା ଅନୁଯାୟୀ ଶିବରାଜ ସିଂ ଚୌହାନ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଭୟ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ମଧ୍ୟପ୍ରଦେଶ ଭବନକୁ ଡାକିଛନ୍ତି। ଶିବରାଜ ଖୁବ୍ ଶୀଘ୍ର ଏହି ବିଭାଗଗୁଡ଼ିକର ପ୍ରଥମ ବୈଠକ କରିବେ। ବୈଠକରେ କୃଷକଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ସେ ଅନେକ ପଦକ୍ଷେପ ନେଇପାରନ୍ତି।

ମଧ୍ୟପ୍ରଦେଶର ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜଙ୍କର ଶାସନ ରେ ବ୍ୟାପକ ଅଭିଜ୍ଞତା ଏବଂ ଗ୍ରାମୀଣ ଲୋକଙ୍କ ସହିତ ଗଭୀର ସମ୍ପର୍କ ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଚୌହାନଙ୍କ ନିଯୁକ୍ତି କୃଷି କ୍ଷେତ୍ର ଏବଂ କୃଷକ ସମୁଦାୟ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ସରକାରଙ୍କ ପ୍ରୟାସକୁ ଏକ ନୂତନ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର