ମଧ୍ୟପ୍ରଦେଶରେ ବିଜେପି ସରକାର, ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ଗ୍ରହଣ କରିଛି । ଶିବରାଜ ୪ର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଗତ ଗୁରୁବାରଦିନ କମଲନାଥ ଇସ୍ତଫା ଦେବା ପରେ ରାଜ୍ୟରେ ଚାଲିଥିବା କଂଗ୍ରେସ ଶାସନର ଅବସାନ ହୋଇଥିଲା ।

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାପରେ ତାଙ୍କ ଅନୁଗତ ୨୨ ବିଧାୟକ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ସହ ଇସ୍ତଫା ଦେଇଥିଲେ । ଏହା ପରେ କଂଗ୍ରେସ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା । ଗତ ଗୁରୁବାରଦିନ ଆସ୍ଥାଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତା ପୂର୍ବରୁ କମଲନାଥ ଇସ୍ତଫା ଦେଇଥିଲେ । ଗତକାଲି କଂଗ୍ରେସ ଛାଡ଼ିଥିବା ୨୨ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଗତ ଡିସେମ୍ବର ୨୦୧୮ରେ ମଧ୍ୟପ୍ରଦେଶରେ କମଳନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର କ୍ଷମତାକୁ ଆସିଥିଲା

ସମ୍ବନ୍ଧିତ ଖବର