ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦଚିହ୍ନ ଅନୁସରଣ କରିବାକୁ ଯାଉଥିବା ତାଙ୍କ ଘୋଷଣାରୁ ଜଣାପଡ଼ିଛି। ସ୍ୱାଧୀନତା ଦିବସ ଅବସରରେ ସେ କୃଷକମାନଙ୍କୁ ସମ୍ବୋଧିତ କରିଥିଲେ।
ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ଭଳି ‘କିସାନ କି ବାତ୍’ କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆରମ୍ଭ ହେବ। ଶିବରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମୋତେ କହିଥିଲେ କି ‘କିସାନ କି ବାତ’କାର୍ଯ୍ୟକ୍ରମ ହେବା ଉଚିତ।
ଏହାକୁ ଅତି କମ୍ରେ ମାସରେ ଥରେ ଆୟୋଜନ କରାଯିବା ଉଚିତ୍। ଏହା ପରେ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ, ଯାହା ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି।
ସେ କହିଛନ୍ତି ଯେ କୃଷି ବୈଜ୍ଞାନିକ ଏବଂ ବିଭାଗର ଅଧିକାରୀମାନେ ରେଡିଓ ତଥା ଟିଭି ମାଧ୍ୟମରେ ଚାଷୀଙ୍କୁ ସୂଚନା ଦେବେ। ଆମେ ମଧ୍ୟ ତାଙ୍କ ସହିତ କାର୍ଯ୍ୟକ୍ରମରେ ବସିବୁ। ଏହାଦ୍ବାରା କୃଷକମାନେ ନିଶ୍ଚିତ ଭାବରେ ବିଜ୍ଞାନର ଲାଭ ପାଇବେ। ଉତ୍ତମ ଚାଷ ପାଇଁ, ସେମାନେ ତୁରନ୍ତ କୃଷି ବିଷୟରେ ସୂଚନା ପାଇବା ଜରୁରୀ। ଯାହାଦ୍ବାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷକ ଓ ଚାଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ରହିଛନ୍ତି। ସେ ଦେଶର ଚାଷୀଙ୍କୁ ପ୍ରାଥମିକତା ଦେଉଛନ୍ତି। ବର୍ତ୍ତମାନ ସ୍ୱାଧୀନତା ଦିବସ ଅବସରରେ ଦେଶର ଅନ୍ନଦାତାଙ୍କୁ ମଧ୍ୟ ଲାଲ୍କିଲ୍ଲାକୁ ନିମନ୍ତ୍ରଣ କରାଯାଇଥିଲା।
ଶିବରାଜ ସିଂ କହିଛନ୍ତି ଯେ ଯେତେବେଳେ ସେ ୨୦୧୪ରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲାଲ୍କିଲ୍ଲାରୁ ଦେଉଥିବା ଭାଷଣରେ ୬ ଥର କୃଷକଙ୍କ ନାମ ନେଇଥିଲେ।
ଏହା ପରେ, ୨୦୧୫ରେ ୨୩ ଥର, ୨୦୧୬ରେ ୩୧ ଥର, ୨୦୧୭ରେ ୨୦ ଥର, ୨୦୧୮, ୨୦୧୯ ଏବଂ ୨୦୨୦ରେ ୧୭-୧୭ ଥର ଏବଂ ୨୦୨୧ରେ ୧୫ ଥର କୃଷକଙ୍କ ନାମ ନେଇଥିଲେ। ସେହିପରି ୨୦୨୨, ୨୦୨୩ ଏବଂ ୨୦୨୪ମସିହାରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କ ନାମ ବହୁଥର ନେଇଥିଲେ। ପିଏମ ମୋଦୀଙ୍କ ହୃଦୟରେ କୃଷକ ଓ କୃଷି ରହିଛନ୍ତି।
ସେ ସବୁବେଳେ ଚାଷୀଙ୍କ କଲ୍ୟାଣ ଚାହୁଁଛନ୍ତି। ମୁଁ ଭାଗ୍ୟବାନ ଯେ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ମୋତେ କୃଷକମାନଙ୍କର ସେବା କରିବାର ଦାୟିତ୍ୱ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Shivraj-Singh-Chouhan-To-Follow-Modis-Foot-Print_Thumbnail.jpg)