ନୂଆଦିଲ୍ଲୀ: କିଛି ଦିନ ତଳେ ଶିବରଞ୍ଜନୀ ତିୱାରୀ ନାମକ ଜଣେ   ମେଡିକାଲ ଛାତ୍ରୀ ଧାର୍ମିକ ପ୍ରବଚକ ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରାଣନାଥ କହିଥିଲେ। ଏହା ପରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଶିବରଞ୍ଜନୀ ତିୱାରୀ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବା ପାଇଁ ଛତପୁର ପର୍ଯ୍ୟନ୍ତ ପହଞ୍ଚିଯାଇଛନ୍ତି। ତେବେ ଖବର ଆସିଛି କି ଧୀରେନ୍ଦ୍ର ଶାସ୍ତ୍ରୀ ୫ଦିନ ପାଇଁ ଅଜ୍ଞାତବାସରେ ଅଛନ୍ତି।

ଶିବରଞ୍ଜନୀଙ୍କ ସହ ବିବାହ ହେବ ବୋଲି ଚର୍ଚ୍ଚା ହେବାରୁ କିଛି ଦିନ ତଳେ ଏହା ଉପରେ ପ୍ରତିକ୍ରିୟା ଦେଇ ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ,‘ କିଛିଲୋକ ଅଛନ୍ତି ଯେଉଁମାନେ ମୋର ପ୍ରତିଦିନ ଭିନ୍ନଭିନ୍ନ ଝିଅଙ୍କ ସହିତ ବିବାହ ଠିକ କରି ଦେଇଥାଆନ୍ତି।  ମୋ ଖୁସି କ’ଣ ଆପଣ ଦେଖିପାରୁନାହାନ୍ତି। ମୁଁ କ’ଣ ଆପଣଙ୍କୁ ଏକାକୀ ଖୁସି ଥିବା ଭଳି ଲାଗୁନାହିଁ। ବିବାହ ନକରି ମୁଁ ଖୁସି। ଆପଣ ମୋ ଚେହେରାରୁ ଚମକ ହଜିଯାଉ ବୋଲି ଚାହୁଛନ୍ତି କି?

ଜୁନ ୧୬ରେ ବାଗେଶ୍ବର ଧାମ ପହଞ୍ଚିବାର ସଂକଳ୍ପ ନେଇ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରୁ ପୁଣି ମଧ୍ୟପ୍ରଦେଶ ପହଞ୍ଚିଥିବା ଶିବରଞ୍ଜନୀଙ୍କ ଏକ ବୟାନ ସାମ୍ନାକୁ ଆସିଛି।

ଶିବରଞ୍ଜନୀ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ବିବାହ କରିବା ଖବରକୁ ନେଇ କହିଛନ୍ତି, ‘ମୁଁ କେବେ କହି ନାହିଁ ବିବାହ ପାଇଁ ମୁଁ ସଂକଳ୍ପ କରିଛି।’

ତେବେ ଏଭଳି ବୟାନ ଦେଇ ଶିବରଞ୍ଜନୀ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ବିବାହ ହେବାକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।