ଭାରତରେ କରୋନାର ୨ୟ ଲହର ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଦାୟୀ କଲା ଶିବସେନା

ମୁମ୍ବାଇ : ଭାରତରେ କରୋନା ମହାମାରୀର ୨ୟ ଲହର ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ ଦାୟୀ କରିଛି ଶିବସେନା । ରାଜନୀତି ପାଇଁ ଏମାନେ ଦେଶକୁ କରୋନା ମହାମାରୀ କବଳକୁ ଠେଲଦେଲେ ବୋଲି ଦଳ ଅଭିଯୋଗ କରିଛି ।

ଶିବସେନା ପକ୍ଷରୁ କୁହାଯାଇଛି ଯେ ଚୀନ କୋରନା ସଂକ୍ରମଣର ଜନ୍ମସ୍ଥଳୀ ହୋଇଥିଲେ ବି ଭାରତରେ ୨ୟ ପର୍ଯ୍ୟାୟ ସଂକ୍ରମଣ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗ ଯୋଗୁଁ ହୋଇଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ଯୋଗୁଁ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି ।  ଯେଉଁ ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେହିପରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଶିବସେନା ପକ୍ଷରୁ କୁହାଯାଇଛି କେନ୍ଦ୍ର ସରକାର ଯଦି ଟିକା ରାଜନୀତିରେ ବ୍ୟସ୍ତ ନ ରହି ମହାମାରୀକୁ ନିୟନ୍ତ୍ରଣ କରିବାରେ ମନ ଦେଇଥାନ୍ତେ ତେବେ ଭାରତକୁ ଆଜି ଏପରି ପରିସ୍ଥିତି ଦେଖିବାକୁ ପଡ଼ିନଥାନ୍ତା । ନିଜର ରାଜନୈତିକ ସ୍ବାର୍ଥ ଯୋଗୁଁ ଓ ନିର୍ବାଚନ ଯୋଗୁଁ କେନ୍ଦ୍ର କରୋନାର ୨ୟ ଲହରୀ ସୃଷ୍ଟି କରିଦେଲେ । ଦେଶରେ ଏବେ ଟିକା, ରାମଡେସଭିର ଓ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଛି ।

ସୂଚନାଯୋଗ୍ୟ ଯେ, ଗତ କାଲି ଦେଶରେ ପ୍ରାୟ ୨ ଲକ୍ଷ ୩୪ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୧୩୪୧ ଜଣ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର