ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବାର ସପ୍ତାହେ ନ ହେଉଣୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହା ଶିବସେନା, ଏନସିପି ଓ କଂଗ୍ରେସର ମହାମେଣ୍ଟ ସରକାର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣର ୫ ଦିନ ପରେ ଶିବସେନାର ମନ୍ତ୍ରୀ ଅବଦୁଲ ସତ୍ତାର ଇସ୍ତଫା ଦେଇଛନ୍ତି।
କୁହାଯାଉଛି ଯେ ମନ୍ତ୍ରିମଣ୍ଡଳର ସଂପ୍ରସାରଣକୁ ନେଇ ଅବଦୁଲ ସତ୍ତାର ଅସନ୍ତୁଷ୍ଟ ଥିଲେ। ମନ୍ତ୍ରିମଣ୍ଡଳରେ ତାଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିବ ବୋଲି ସେ ଆଶାବାଦୀ ଥିଲେ। କିନ୍ତୁ ଏଭଳି ନହେବା ଦ୍ଵାରା ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ। ତା’ଛଡ଼ା ତାଙ୍କୁ ନିଜର ମନପସନ୍ଦ ବିଭାଗ ବି ମିଳି ନଥିବା କୁହାଯାଉଛି। ଏହି କାରଣରୁ ଅବଦୁଲ ସତ୍ତାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଯାଏଁ ଅବଦୁଲ ସତ୍ତାରଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନାହାନ୍ତି।
ଅପରପକ୍ଷରେ ଅବଦୁଲ ସତ୍ତାର ବିଧାୟକ ପଦବୀରୁ ଇସ୍ତଫା ଦେଇ ନାହାନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଚାପ ପ୍ରୟୋଗ କରୁଥିବା କୁହାଯାଉଛି।
ଏଣେ ମହାରାଷ୍ଟ୍ରର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଅବଦୁଲ ସତ୍ତାରଙ୍କୁ ନିଜର ମନପସନ୍ଦ ବିଭାଗ ଦିଆଯାଇ ମନେଇବାର ପ୍ରୟାସ ଆରମ୍ଭ ହୋଇଛି।
image source-india tvସୂଚନାଯୋଗ୍ୟ, କଂଗ୍ରେସ ଅବଦୁଲ ସତ୍ତାରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ବିଦା କରିଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଶିବସେନାରେ ସାମିଲ ହୋଇଥିଲେ। ତାଙ୍କୁ ଶିବସେନା ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିଥିଲା ଏବଂ ବିଜୟୀ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/abdul-sattar-india-tv.jpg)