ଶିବସେନା ମୋଦି ସରକାରଙ୍କ ସପକ୍ଷରେ ଭୋଟ ଦେବ

ନୂଆଦିଲ୍ଲୀ: ଆସନ୍ତା କାଲି କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମାନେ ନିଜ ନିଜର ସଦସ୍ୟମାନଙ୍କୁ ହ୍ଵିପ ଜାରି କରିଛନ୍ତି । ଏହି ଆସ୍ଥାଭୋଟରେ ବିଜେପି କୌଣସି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ନଥିବାବେଳେମୁଖ୍ୟତଃ ଏନଡିଏର ଏକତା ଓ ବିରୋଧୀ ଦଳଙ୍କ ଏକତା କେତେ ତାହା ପ୍ରମାଣିତ କରିବ ।  ତେବେ ଆସନ୍ତା କାଲି ସଦନରେ ଉପସ୍ଥିତ ରହିବାକୁ ବିଜେପି ନିଜ ସଦସ୍ୟମାନଙ୍କୁ ହ୍ଵିପ ଜାରି କରିଛି । ତେବେ ଗତ ଦୁଇବର୍ଷ ଧରି ବିଜେପି ବିରୋଧରେ ବିଷୋଦଗାର କରିଆସୁଥିବା ଶିବସେନା ପକ୍ଷରୁ ଏକ ଆଶ୍ୱସ୍ତିଭରା ଖବର ମିଳିଛି ।  ଶିବସେନା ଆସନ୍ତା କାଲି ମୋଦି ସରକାରଙ୍କ ସପକ୍ଷେରେ ଭୋଟ ଦେଇପାରେ ବୋଲି ସୂଚନା ମିଳିଛି । ତେବେ ଦଳ ପକ୍ଷରୁ ଆଜି ସଂଧ୍ୟାରେ ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଅନ୍ୟପକ୍ଷରେ ବିଜେଡି ସଂସଦୀୟ ଦଳର ଆଜି ବୈଠକ ବସିଥିଲେ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ । ତେବେ ଆସନ୍ତା କାଲି ସଦନରେ ଉପସ୍ଥିତ ରହିବାକୁ ଦଳ ହ୍ଵିପ ଜାରି କରିଛି ।

ସମ୍ବନ୍ଧିତ ଖବର