ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା, ସବୁ ଆସନ ପାଇଁ ପ୍ରାର୍ଥୀ ଦେବାକୁ ଉଦ୍ଧବ ଠାକରେଙ୍କ ଘୋଷଣା

ନୂଆଦିଲ୍ଲୀ: ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତିରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଶିବସେନା ତରଫରୁ ବିଜେପିକୁ ଟାର୍ଗେଟ କରି କୁହାଯାଇଛି କି, ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୁଶୁଡି ପଡିଛି । ବିଜେପି ସରକାରରେ ମହିଳାମାନେ ଅଧିକ ଅସୁରକ୍ଷିତ ହୋଇପଡିଥିବା ଶିବସେନା ଅଭିଯୋଗ କରିଛି । ବୈଠକରେ ପ୍ରଦେଶ ମୁଖ୍ୟ ଠାକୁର ଅନିଲ ସିଂ କହିଥିଲେ କି ୟୁପିରେ ବିଜେପି ସରକାର ବ୍ରାହ୍ମଣମାନଙ୍କ ସହ ଠିକ୍ ବ୍ୟବହାର କରୁନାହିଁ । ଏହାସହ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଯୋଗୀ ସରକାର କୌଣସି ପଦକ୍ଷେପ ନେଉ ନଥିବା କଥା ସେ ଅଭିଯୋଗ କରିଛନ୍ତି । ବେରୋଜଗାରି ଓ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଦଳ ଯୋଗୀ ସରକାରଙ୍କୁ ଘେରିବ ବୋଲି ଠାକୁର ଅନିଲ ସିଂ କହିଛନ୍ତି ।

Saki Naka rape-murder case: Maharashtra CM Uddhav Thackeray promises  fast-track trial and 'severe punishment' | Maharashtra News
Times Now

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢିଥିଲେ ବି ସରକାର ଗଠନ କରିବା ସମୟରେ ଶିବସେନା ବିଜେପିକୁ ସାଙ୍ଗରେ ନନେଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିଲା । ଏହାପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ହେଲେ ୟୁପି ରାଜନୀତିରେ ଶିବସେନାର ପ୍ରବେଶ ବିଜେପି ଉପରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିବ ।

ସମ୍ବନ୍ଧିତ ଖବର