ନୂଆଦିଲ୍ଲୀ: ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନମଣ୍ଡଳୀର ସାଂସଦ ଏବଂ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟ ଏବଂ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶିବଶ୍ରୀ ସ୍କନ୍ଦପ୍ରସାଦ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ମନ୍ତ୍ର ଜପ ସହ ପାରମ୍ପରିକ ରୀତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ରାଜ୍ୟ ଦଳର ସଭାପତି ବି ୱାଇ ବିଜୟେନ୍ଦ୍ର, କେନ୍ଦ୍ରମନ୍ତ୍ରୀ ବି ସୋମନ୍ନା ଏବଂ ଅର୍ଜୁନ ରାମ ମେଘୱାଲଙ୍କ ସମେତ ବରିଷ୍ଠ ବିଜେପି ନେତାମାନଙ୍କ ସହିତ ଦଳର ଅନେକ ସାଂସଦ ଏବଂ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶୀର୍ଷ ନେତାମାନେ ମଧ୍ୟ ତେଜସ୍ୱୀ ଏବଂ ଶିବଶ୍ରୀଙ୍କୁ ଆଶୀର୍ବାଦ ଦେଇଥିଲେ।
Dear well-wishers,
— Tejasvi Surya (@Tejasvi_Surya) March 8, 2025
Sivasri & I are eagerly looking forward to see you all at our wedding reception tomorrow.
However, we have a request.
- In the 1 crore+ weddings that take place annually in India, 85% of wedding flowers & bouquets are discarded within 24 hours after the… pic.twitter.com/nM935GdAj1
ବିବାହ ପରେ ମାର୍ଚ୍ଚ ୯ ଅର୍ଥାତ୍ ଗତକାଲି ତେଜସ୍ୱୀ ବିବାହ ଭୋଜିର ଆୟୋଜନ କରିଥିଲେ। ଭୋଜି ପୂର୍ବରୁ ସେ ନିଜ ଏକ୍ସ ଆକାଉଣ୍ଟରେ ଆସିବାକୁ ଥିବା ଅତିଥିଙ୍କୁ ଏକ ବିଶେଷ ଅନୁରୋଧ କରିଥିଲେ। ଭୋଜିକୁ କେଉଁ ୨ଟି ଜିନିଷ ଆଣି ଆସିବେନି ସେ ବିଷୟରେ ଜଣାଇଥିଲେ ତେଜସ୍ୱୀ, ଯାହା ଏବେ ଭାଇରାଲ ହେଉଛି। ସେ କହିଥିଲେ ଯେ, "ଶିବାଶ୍ରୀ ଏବଂ ମୁଁ ଆସନ୍ତାକାଲି ଆମର ବିବାହ ଭୋଜିରେ ଆପଣମାନଙ୍କୁ ସ୍ବାଗତ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ। ତଥାପି, ଆମର ଏକ ଅନୁରୋଧ ଅଛି। ଆସିବା ବେଳେ ସାଥିରେ ପୁଷ୍ପଗୁଚ୍ଛ ବା ଡ୍ରାଏ ଫ୍ରୁଟ୍ସ ଆଣିବେ ନାହିଁ। କାରଣ ବିବାହରେ ମିଳୁଥିବା ୮୫ପ୍ରତିଶତ ପୁଷ୍ପଗୁଚ୍ଛକାର୍ଯ୍ୟକ୍ରମର ୨୪ଘଣ୍ଟା ମଧ୍ୟରେ ଫିଙ୍ଗି ଦିଆଯାଏ ଏବଂ ଡ୍ରାଏ ଫ୍ରୁଟ୍ସ ବ୍ୟବହାର ନହୋଇ ରହିଯାଏ। ବର୍ଷକୁ ପ୍ରାୟ ୩୧୫କୋଟିର ପୁଷ୍ପଗୁଚ୍ଛ ଓ ଡ୍ରାଏ ଫ୍ରୁଟ୍ସ ନଷ୍ଟ ହୁଏ। ତେଣୁ ଆମକୁ କେବଳ ଆଶୀର୍ବାଦ ଦେବାକୁ ଆସିବେ।"