ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରେ ଆଜି ଝଟ୍‌କା ଲାଗିଛି। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ବିରୋଧ କରି ଗୁଜରାଟ ୟୁନିଭର୍ସିଟି ରେଜିଷ୍ଟ୍ରାର କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏହି ମାନହାନି ମାମଲାରେ ଗୁଜରାଟ ମେ‌ଟ୍ରୋପଲିଟାନ କୋର୍ଟ କେଜ୍ରିୱାଲ ଏବଂ ଆପ୍‌ର ସଂଜୟ ସିଂହଙ୍କୁ ସମନ୍‌ କରିଥିଲେ। କିନ୍ତୁ  କେଜ୍ରିୱାଲ ଏହି ସମନ୍‌କୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯାଇଥିଲେ।

Advertisment

ଗୁଜରାଟ ବିଶ୍ବବିଦ୍ୟାଳୟର ଅାପରାଧିକ ମାନହାନି ମାମଲା ବିରୋଧ‌ରେ ଆବେଦନ ଖାରଜ

ଦିଲ୍ଲୀ ହାଇକୋର୍ଟ ଆବେଦନକୁ ଖାରଜ କରିଦେବାପରେ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।  ଜଷ୍ଟିସ ହୃଷିକେଶ ରାୟ ଏବଂ ଏସ୍‌ଭିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି, ଆପ୍‌ ନେତା ସଂଜୟ ସିଂହଙ୍କ ଦ୍ବାରା କରାଯାଇଥିବା ଏହି ସମାନ ମାମଲାରେ ଏକ ଆବେଦନକୁ ପୃଥକ୍‌ ଖଣ୍ଡପୀଠ ଏପ୍ରିଲ ୮ରେ  ଖାରଜ କରିଦେଇଥିଲେ। ସେ ଏହି ମାମଲାରେ ସହ ଅଭିଯୁକ୍ତ। ତେଣୁ ଆମେ ଏହି ମାମଲାରେ ଆବେଦନକୁ ସମାନ ଢଙ୍ଗରେ ଖାରଜ କରୁଛୁ ।