ନୂଆଦିଲ୍ଲୀ: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟ ଆଜି ମଧ୍ୟ କୌଣସି ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରିନାହାନ୍ତି। କୋର୍ଟ ନାଇଡୁଙ୍କ ଜେଲ୍‌ ରହଣି ସମୟକୁ ଆଉ ୬ ଦିନ ବୃଦ୍ଧି କରିଛନ୍ତି। କୋର୍ଟ କହିଛନ୍ତି, ଉକ୍ତ ମାମଲାରେ ନୋଟିସ୍‌ କରିବେ ଏବଂ ଆସନ୍ତା ସୋମବାର ଦିନ ନାଇଡ଼ୁଙ୍କ ଏତଲା ରଦ୍ଦ ଆବେଦନ ଉପରେ ଶୁଣାଣି କରିବେ। ଉକ୍ତ ମାମଲାରେ ହାଇକୋର୍ଟରେ ଦାଖଲ ହୋଇଥିବା ସମସ୍ତ ତଥ୍ୟକୁ ‌ରେକର୍ଡଭୁକ୍ତ କରିବାପାଇଁ ଜଷ୍ଟିସ ଅନିରୁଦ୍ଧ ବୋସ୍‌ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗିଙ୍କୁ କହିଛନ୍ତି।