ମଣିପୁରରେ ନୀତୀଶଙ୍କୁ ଝଟ୍‌କା: ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ

ଇମ୍ଫାଲ : ବିହାରରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହିତ ସଂପର୍କ ତୁଟାଇ ମହାମେଣ୍ଟରେ ସାମିଲ ହୋଇ ସରକାର ଗଠନ କରିଥିବା ବେଳେ ଅନ୍ୟପଟେ ମଣିପୁରରେ ଜେଡିୟୁକୁ ବଡ଼ ଝଟ୍‌କା ମିଳିଛି। ମଣିପୁରରେ ଦଳର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ଆଜି ରାତିରେ ବିଜେପିରେ ସାମିଲ ହୋଇଯାଇଛନ୍ତି। ମଣିପୁରରେ ଏଭଳି ରାଜନୈତିକ ହଟଚମଟ ଆଗକୁ ଜେଡିୟୁ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି । ଜେଡିୟୁ ବିଧାୟକମାନଙ୍କ ଏଭଳି ପଦକ୍ଷେପକୁ ଅସାମ୍ବିଧାନିକ ବୋଲି କହିଥି‌ବା ବେଳେ ବିଜେପି ଜେଡିୟୁ ବିଧାୟକମାନଙ୍କୁ ଦଳରେ ସ୍ବାଗତ କରିଛି।

ସମ୍ବନ୍ଧିତ ଖବର