ଚରଖୀ ଦାଦରୀ(ହରିୟାଣା): ସଡ଼କରେ ଯାତ୍ରା କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ନିୟମ ସରକାର ତିଆରି କରିଛନ୍ତିି । ସେ ସବୁ ନିୟମକୁ କିଛି ଲୋକ ମାନୁଛନ୍ତି ତ କିଛି ଲୋକ ଯେତେ କହିଲେ ବି ମାନୁ ନାହାନ୍ତି । କିନ୍ତୁ ବେଳେ ବେଳେ ନିୟମ ତିଆରି କରୁଥିବା ଲୋକମାନେ ହିଁ ନିୟମ ଭାଙ୍ଗୁ ଥିବା ଦେଖା ଯାଇଥାଏ । ସେଭଳି ଏକ ଘଟଣା ହରିୟାଣାର ଚରଖୀ ଦାଦରୀରେ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭିଡିଓରେ, ଚେକିଂ ଚାଲୁଥିବା ସମୟରେ ଦୁଇ ଜଣ ଟ୍ରାଫିକ୍ ପୁଲିସ ଜଣେ ବାଇକ୍ ଚାଳକଙ୍କୁ ରୋକି ଦେଉଥିବା ଦେଖା ଯାଉଛି । ରୋକିବା ସହ ତୁମ ହେଲ୍ମେଟ୍ କାହିଁ ବୋଲି ଟ୍ରାଫିକ୍ ପୁଲିସ ବାଇକ୍ ଚାଳକଙ୍କୁ ପଚାରୁଛନ୍ତି । ଏହାର ଉତ୍ତର ରଖିବା ପରିବର୍ତ୍ତେ ବାଇକ୍ ଚାଳକ ଟ୍ରାଫିକ୍ ପୁଲିସଙ୍କୁ ତୁମର ହେଲମେଟ୍ କାହିଁ ବୋଲି ପଚାରୁଛନ୍ତି । ଚାଳକଙ୍କ ଏଭଳି ପ୍ରଶ୍ନ ଶୁଣିବା ପରେ ଦୁଇ ଟ୍ରାଫିକ୍ ପୁଲିସ କିଛି ସମୟ ବିତର୍କ କରି ସେଠାରୁ ଚାଲି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।