ନୂଆଦିଲ୍ଲୀ: ନିକଟରେ ଭୁବନେଶ୍ବରରୁ ଝାରଫୁଲଙ୍କ ମୃତଦେହକୁ ତାଙ୍କ ପ୍ରେମିକ ସ୍କୁଟିରେ ନେଇ ଯାଜପୁରରେ ଫିଙ୍ଗି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏମିତି ଏକ ଘଟଣା ପଞ୍ଜାବ ମୋହାଲିରୁ ସାମ୍ନାକୁ ଆସିଛି। ଏଠାରେ ଦ୍ରୁତଗତିରେ ଯାଉଥିବା ଏକ କାର ଜଣେ ସାଇକେଲ ଚାଳକଙ୍କୁ ଧକ୍କା ମାରିଥିଲା। ଏହି ଦୁର୍ଘଟଣା ଏତେ ଜୋରରେ ଥିଲା କି କାର ଧକ୍କାରେ ସାଇକେଲ ଚାଳକ ଜଣକ କାର ଛାତ ଉପରକୁ ଛିଟିକି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଶ୍ଚର୍ଯ୍ୟର କଥା ଏହି ଦୁର୍ଘଟଣା ପରେ କାର ଚାଳକ ଗାଡ଼ିକୁ ନଅଟକାଇ ଛାତ ଉପରେ ମୃତଦେହ ପଡ଼ିଥିବା ଅବସ୍ଥାରେ ୧୦କିମି ପର୍ଯ୍ୟନ୍ତ ଚାଲି ଯାଇଥିଲେ।
ମୋହାଲି ଡିଏସପି ରୁପିନ୍ଦର ଦୀପ କୌର ସୋହିଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ସମ୍ପର୍କରେ ସୂଚନା ଜଣେ ସ୍ଥାନୀୟଲୋକ ଦେଇଥିଲେ। ଏହାପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ କାର ଚାଳକଙ୍କ ପରିଚୟ ମିଳିଥିଲା। ଦୁର୍ଘଟଣା ଘଟାଇଥିବା କାର ଚାଳକ ଜଣକ ସାହିବ ଜିଲ୍ଲାର ଖମନୋ ନିବାସୀ ନିର୍ମଳ ସିଂହ ଭାବେ ଚିହ୍ନଟ ହୋଇଥିଲା। ସେ ମୃତଦେହକୁ ସନି ଏନକ୍ଲେବ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ମୃତକଙ୍କ ପରିଚୟ ଯୋଗେନ୍ଦ୍ର ମଣ୍ଡଳ (୩୫) ବୋଲି ଜଣାପଡ଼ିଛି।
ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତ ନିର୍ମଳ ସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିର୍ମଳ ସିଂହ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୭୯, ୪୨୭,୩୦୪ ଓ ୨୦୧ରେ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/63200f03-8af4-407f-83a1-85fc615e1580.jpg)