ପୁଣି ଥରେ ଚାଲାଣ କଟିବା ଡ଼ରରେ କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧୁଛନ୍ତି ଏହି ଯୁବକ !

ଅଲିଗଡ଼ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକମାନଙ୍କ ମଧ୍ୟରେ ଜରିମାନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଲାଣ କଟିବା ଡ଼ରରେ କିଛି ଲୋକ ଘରୁ ବିନା କାଗଜପତ୍ରରେ ବାହାରୁ ନଥିବା ବେଳେ କିଛି ଅଟୋ କିମ୍ବା ବସ୍‌ରେ ଯିବା ଆସିବା ଆରମ୍ଭ କଲେଣି । ନିୟମ କଡ଼ା କଡ଼ି ହେବା ପରେ ଲୋକେ କାର୍‌ ଭିତରେ ମଧ୍ୟ ହେଲ୍‌ମେଟ୍‌ ପିନ୍ଧୁଥିବା ଦେଖାଯାଉଛି । ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଲିଗଡ଼ରେ ।

Image result for shocking-man-gets-e-challan-for-not-wearing-helmet-while-driving-his-car

ସୂଚନା ମୁତାବକ, ପିୟୁଷ ନାମକ ଜଣେ ଯୁବକ କାର୍‌ ଚଳାଇବା ସମୟରେ ସିଟ୍‌ ବେଲ୍‌ଟ ସହ ହେଲ୍‌ମେଟ ମଧ୍ୟ ପିନ୍ଧୁଛନ୍ତି । ପୁଣି ଚାଲାଣ କଟିବା ଡ଼ରରେ ସେ ଏଭଳି କରୁଥିବା ଜଣା ପଡ଼ିଛି । ପିୟୁଷଙ୍କ କହିବା ଅନୁଯାୟୀ, ଅଗଷ୍ଟ ୨୭ରେ ସେ ନିଜର କାର୍‌ ନେଇ ଯାଉଥିବା ବେଳେ ଜଣେ ଟ୍ରାଫିକ ପୁଲିସ ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ ୫୦୦ଟଙ୍କାର ଚାଲାଣ କାଟିଥିଲେ । ଏବେ ଜରିମାନାକୁ ବଢ଼ାଇ ଦିଆଯାଇଥିବା ବେଳେ ପୁଣି ଥରେ ଚାଲାଣ କଟିବା ଡ଼ରରେ ମୁଁ କାର୍‌ ଚଳାଇବା ବେଳେ ମଧ୍ୟ ହେଲ୍‌ମେଟ୍‌ ପିନ୍ଧୁଛି ।

ସମ୍ବନ୍ଧିତ ଖବର