‘ଦୁଃଖଦାୟକ, ଗ୍ରହଣୀୟ ନୁହେଁ; ସ୍ଥିତି ସ୍ପଷ୍ଟ କରନ୍ତୁ ପ୍ରତିରକ୍ଷା ମନ୍ତ୍ରୀ’: ଲଦାଖରେ ଭାରତୀୟ ସେନା ଅଧିକାରୀଙ୍କ ମୃତ୍ୟୁ ପରେ କହିଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତ- ଚୀନ୍‌ ସୀମାନ୍ତର ଗଲ୍‌ୱାନ୍‌ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍‌ ସେନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତୀୟ ସେନାର ଜଣେ କର୍ଣ୍ଣେଲ୍‌ ପାହ୍ୟାର ଅଧିକାରୀ ସମେତ ଦୁଇଜଣ ଯବାନ ଶହୀଦ ହେବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି କଂଗ୍ରେସ।  ‘ଏହି ଘଟଣାରେ କଂଗ୍ରେସ ଦଳ ଚକିତ। ଘଟଣା ଅତ୍ୟନ୍ତ ଦୁଃଖଦାୟକ, ଅବିଶ୍ୱନୀୟ ଏବଂ ଆଦୌ ଗ୍ରହଣୀୟ ନୁହେଁ। ଏସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସ୍ଥିତି ସ୍ପଷ୍ଟ କରନ୍ତୁ’ ବୋଲି ଆଜି ଦାବୀ କରିଛି କଂଗ୍ରେସ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଘଟଣା ଉପରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ କରିଛନ୍ତି ଯେ ଦୁଇ ପଡ଼ୋଶୀ ଭାରତ ଓ ଚୀନ୍‌ ମଧ୍ୟରେ ସଂପର୍କ ଦିନକୁ ଦିନ ତିକ୍ତ ହେବାକୁ ଆରମ୍ଭ କରିଛି। ସୀମାନ୍ତରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏ ପରିସ୍ଥିତିରେ ସୋମବାର ରାତିରେ ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଜଣେ ଭାରତୀୟ ସେନାର ଜଣେ କର୍ଣ୍ଣେଲ ପାହ୍ୟାର ଅଧିକାରୀ ଏବଂ ଦୁଇଜଣ ସେନା ଯବାନଙ୍କ ମୃତ୍ୟୁ ଘଟଣାକୁ ଆହୁରି ଜଟିଳ କରି ଦେଇଛି। ତେବେ, ଏ ଘଟଣା ଆଦୌ ଗ୍ରହଣଯୋଗ୍ୟ ହୋଇ ନଥିବାରୁ ଏସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ଥିତି ସ୍ପଷ୍ଟ କରିବାକୁ ଦାବୀ କରିଛି କଂଗ୍ରେସ।

ସମ୍ବନ୍ଧିତ ଖବର