ରାଇଚୁର: କର୍ଣ୍ଣାଟକର ଏକ ଏପରି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଯାହାକି ସ୍କୁଲ୍‌ ଯାଉଥିବା ପିଲାଙ୍କ ସୁରକ୍ଷାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ଚଳନ୍ତା ଭ୍ୟାନ୍‌ରେ ଜଣେ ସ୍କୁଲ ଯାଉଥିବା ପିଲା ବାହାର ପଟରୁ ଓହଳି ଥିବା ଫଟୋଟିରେ ଦେଖିବାକୁ ମିଳିଛି। ଭ୍ୟାନ୍‌ ଭିତରେ ପିଲା ଖୁନ୍ଦିଖାନ୍ଦି ହୋଇ ବସିଥିବା ବେଳେ ଜଣେ ପିଲା ଝରକାକୁ ଧରି ଏକ ବ୍ୟସ୍ତବହୁଳ ରାସ୍ତାରେ ଭ୍ୟାନ୍‌ ବାହାର ଫଟୋ ଓହଳି ଥିବା ଦୃଶ୍ୟ ସଭିଙ୍କୁ ଚକିତ କରିଛି।

Advertisment

କଡ଼ରେ ମୋଟରସାଇକେଲ୍‌ରେ ଯାଉଥିବା ଜଣେ ଯାତ୍ରୀ ଏହି ଦୃଶ୍ୟକୁ ଭିଡିଓ କରି ଭାଇରାଲ୍‌ କରାଇଛନ୍ତି। ଭ୍ୟାନ୍‌ ବାହାରେ ଓହଳି ଥିବା ପିଲାର ପାଦରେ ଚପଲ ନଥିବା ଦେଖିବାକୁ ମିଳିଛି। ପିଲାଟି ସ୍କୁଲ୍‌ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ କରି ଭ୍ୟାନ୍‌ ଚାଳକକୁ ଗିରଫ କରିବା ସହ ପୁଲିସ୍‌ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଆଇନ୍‌ ନୋଟିସ୍‌ ପଠାଇଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ଯେଉଁ ଭ୍ୟାନ୍‌ ଦେଖିବାକୁ ମିଳିଛି ତାହାର ଆଗ ସିଟ୍‌ରେ ୩ ଜଣ ପିଲା ବସିଥିବା ବେଳେ କେହି ହେଲେ ସିଟ୍‌ ବେଲ୍‌ଟ ପିନ୍ଧିନଥିବା ଦେଖିବାକୁ ମିଳିଛି।