ସ୍ମାର୍ଟଫୋନ ପାଇଁ ବଞ୍ଚିଗଲା ୟୁକ୍ରେନ ସୈନିକଙ୍କ ଜୀବନ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦୁଇ ୟୁକ୍ରେନ ସୈନିକଙ୍କୁ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ଜଣେ ୟୁକ୍ରେନ ସୈନିକ ଚଟାଣରେ ‌‌ଶୋଇପଡ଼ି ସ୍ମାର୍ଟଫୋନକୁ ତାଙ୍କ ପକେଟରୁ ବାହାର କରୁଥିବା ଦେଖିବାକୁ ମିଳୁଛି।  ସ୍ମାର୍ଟଫୋନର ଅବସ୍ଥା ଦେଖି ମୃତ୍ୟୁ ତାଙ୍କ ଅତି ନିକଟରୁ ଟଳି ଯାଇଥିବା କୁହାଯାଉଛି।

ଏହି ଭିଡିଓକୁ ପ୍ରଥମେ ସୋସିଆଲ ମିଡିଆ ସାଇଟ୍ ରେଡିଟରେ ଅପଲୋଡ୍ କରାଯାଇଛି। ୩୦ ସେକେଣ୍ଡର କ୍ଲିପ୍‌ରେ ଜଣେ ୟୁକ୍ରେନ ସୈନିକ ତାଙ୍କ ସ୍ମାର୍ଟଫୋନକୁ ପକେଟରୁ ବାହାର କରୁଥିବା ଦେଖିବାକୁ ମିଳୁଛି। ଏହି ସ୍ମାର୍ଟଫୋନ ପଛପାର୍ଶ୍ବରେ ଏକ ଗୁଳି ପଶିଥିବା ଦେଖିବାକୁ ମିଳୁଛି। ଏହି ଗୁଳି ରୁଷ ସେନା ଦ୍ବାରା ବାଜିଥିବା କୁହାଯାଉଛି। ଏହି ଗୁଳି ୭.୨ ମିମିର ରହିଛି।

ଏଥିରୁ ଜଣାପଡୁଛି ଯେ ଗୁଳି ଫୁଟିବା ପରେ ଏହା ମୋବାଇଲ୍ ପଛରେ ଅଟକି ଯାଇଥିଲା। ଯଦି ଏହି ଗୁଳି ଫୋନ ଭେଦ  କରିଥାନ୍ତା, ତେବେ ଉକ୍ତ ଯୁକ୍ରେନ ସୈନିକଙ୍କ ଜୀବନ ପ୍ରତି ବପଦ ରହିଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ଏହା ଏକ ନୋକିଆ ଫୋନ୍ ଥିଲା କି?’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଯଦି ଏହା ଏକ ନୋକିଆ ଫୋନ୍ ତେବେ ଏହା ସମ୍ଭବ।’

ସମ୍ବନ୍ଧିତ ଖବର