ତେଲଅବିବ: ଇରାନ୍ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ହେବାର ଆଶଙ୍କା ଭିତରେ ଶୁକ୍ରବାର ସନ୍ଧ୍ୟାରେ ଇରାନ ସମର୍ଥିତ ହେଜବୁଲ୍ଲା ଇସ୍ରାଏଲ ଉପରେ ୨୦ରୁ ଅଧିକ ରକେଟ୍ ମାଡ଼ କରିଛି। ଇସ୍ରାଏଲ ସେନା ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ପଡ଼ୋଶୀ ଲେବାନନରୁ ପ୍ରାୟ ୪୦ଟି ରକେଟ୍ ମାଡ଼ କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ରକେଟକୁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିବାରେ ସକ୍ଷମ ହୋଇଥିଲା।
ସୋସିଆଲ ମିଡିଆରେ ଆଜି ସେୟାର ହୋଇଥିବା ଦୃଶ୍ୟରେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ରକେଟ୍ଗୁଡ଼ିକୁ ଅଟକାଯାଉଥିବା ଦେଖିବାକୁ ମିଳିଛି। ଏପ୍ରିଲ ପହିଲାରେ ଏୟାର୍ ଷ୍ଟ୍ରାଇକ୍ରେ ଇରାନ୍ର ଜଣେ ଶୀର୍ଷ ଜେନେରାଲଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେବାକୁ ବାରମ୍ବାର ଧମକ ଦେଉଛି। ଆମେରିକା ଓ ଇସ୍ରାଏଲର ଗୁଇନ୍ଦା ଆକଳନ ଅନୁଯାୟୀ, ସୋମବାର ସୁଦ୍ଧା ଇରାନ୍ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjgjdjggjgj.jpg)