କାର୍ ନ ରୋକିବାରୁ ଗୁଳି

ଆପଲ୍ କାର୍ଯ୍ୟନିର୍ବାହୀଙ୍କ ମୃତ୍ୟୁ, ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ

ଲ‌େକ୍ଷ୍ନୗ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଏନକାଉଣ୍ଟରରେ ଜଣେ କମ୍ପାନି କାର୍ଯ୍ୟନିର୍ବାହୀଙ୍କ ମୃତ୍ୟୁ ଘଟିଛି। ପୁଲିସର ନିର୍ଦ୍ଦେଶ ସତ୍ତ୍ବେ କାର ନରୋକିବାରୁ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଘଟଣାରେ ଦୁଇଜଣ ପୁଲିସ କନେଷ୍ଟବଳଙ୍କ ବିରୋଧରେ ଏତଲା ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଅତି ଗୁରୁତ୍ବର ସହ ନେଇ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ଦେଶବ୍ୟାପୀ ‌ଆଲୋଡ଼ନ ସୃଷ୍ଟି ହୋଇଛି। ବହୁଦେଶୀୟ କମ୍ପାନି ଆ‌ପଲ୍‌ ଟେକ୍‌ନୋଲୋଜିର ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ୩୮ ବର୍ଷୀୟ ବିବେକ୍‌ ତିୱାରୀ ଗତକାଲି ତାଙ୍କର ଜଣେ ମହିଳା ସହକର୍ମୀ ସାନା ଖାନ୍‌ଙ୍କ ସହ ବିଳମ୍ବିତ ରାତିରେ ନିଜ କାର୍‌ ଯୋଗେ ଘରକୁ ଫେରୁଥି‌େଲ। ଲ‌େକ୍ଷ୍ନୗ ମୁକଦମ୍‌ପୁର ଥାନା ନିକଟରେ ପାଟ୍ରୋଲିଂ କରୁଥିବା ଦୁଇଜଣ ପୁଲିସ କନେଷ୍ଟବଳ ପ୍ରଶାନ୍ତ କୁମାର ଏବଂ ସନ୍ଦୀପ କୁମାର ବିବେକଙ୍କ ଗାଡ଼ି ଅଟକାଇଥିଲେ। ବିବେକ ଏହି ସମୟରେ ଗାଡ଼ି ନଅଟକାଇବାରୁ କନେଷ୍ଟବଳ ପ୍ରଶାନ୍ତ ବ‌ିବେକଙ୍କ ଉପରକୁ ଗୁଳି ଚଳାଇଥିଲେ। ବିବେକ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇଥିଲେ। କିନ୍ତୁ ଏକ ଫ୍ଲାଏଓଭରର ଖୁଣ୍ଟରେ ନେଇ ଗାଡ଼ି ପିଟି ଦେଇଥ‌ିଲେ। ସାନା ଖାନ୍ କିଛି ସ୍ଥାନୀୟ ‌େଲାକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ‌େହଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିବେକଙ୍କ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କ କାନମୁଣ୍ଡାରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଛି ବୋଲି ଶବ ବ୍ୟବ‌େଚ୍ଛଦ ରିପୋର୍ଟରୁ ଜଣାପଡ଼ିଛି। ସାନାଙ୍କ ଅଭିଯୋଗକ୍ର‌େମ ଦୁଇ ପୁଲିସ କନେଷ୍ଟବଳଙ୍କୁ ଚାକିରିରୁ ବହି୍ଷ୍କୃତ କରାଯାଇଛି । କନେଷ୍ଟବଳ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ଏହା ଏନ୍‌କାଉଣ୍ଟର ନୁହେଁ। ତେବେ ଏହାର ଏସଆଇଟି ତଦନ୍ତ ହେବ। ଅନ୍ୟପକ୍ଷେ ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ କ୍ଷତିପୂରଣ ଭାବେ ୧ କୋଟି ଟଙ୍କା ଓ ସରକାରୀ ଚାକିରି ଦାବି କରିଛନ୍ତି। ଏମିତି କି ଘଟଣା ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ଯଦି ବିବେକ କୌଣସି ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ଥିଲେ ତେବେ ପୁଲିସ ତାଙ୍କୁ ଧରିଥାନ୍ତା। କିନ୍ତୁ ମାରିବାର ଅଧିକାର କିଏ ଦେଲା। କଳ୍ପନା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିରୋଧୀ ଦଳ ଗୁଡ଼ିକ ଯୋଗୀ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ୟୁପି ପୁଲିସ ମହାନିର୍ଦ୍ଦେଶକ ଓ ପି ସିଂହଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

ସମ୍ବନ୍ଧିତ ଖବର