ଟ୍ରେନରେ ଯେଉଁମାନେ ନିଆଁ ଲଗାଉଛନ୍ତି ତାଙ୍କୁ ଦେଖିବାମାତ୍ରେ ଗୁଳି କର : ରେଳ ରାଷ୍ଟ୍ରମନ୍ତ୍ରୀ

ଶ୍ରୀନଗର : ରେଳବାଇ ସମ୍ପତ୍ତିକୁ ଯେଉଁମାନେ ନଷ୍ଟ କରୁଛନ୍ତି, ଟ୍ରେନରେ ନିଆଁ ଲଗାଉଛନ୍ତି ସେମାନଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବାକୁ ରେଳସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ସର୍ବସାଧାରଣ ସଂପତ୍ତି ନଷ୍ଟକରୁଥିବା ଦଙ୍ଗାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଠୋର କାର୍ଯ୍ୟାନୁଷ୍ଠାନ ଅର୍ଥ ହେଉଛି ଦେଖିବା ମାତ୍ରେ ଗୁଳି ଚଳାଇବା ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ହୁବୁଳିଠାରେ ଏକ ସମାରୋହରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ହାଇଦ୍ରାବାଦକୁ ଭାରତରେ ମିଶାଇବା ପାଇଁ ତତ୍‌କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏପରି ପଦକ୍ଷେପ ନେଇଥିଲେ ।

ଦେଶରେ ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି  ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି କେତେକ ରାଜ୍ୟରେ ଦଙ୍ଗା ଦେଖାଦେଇଛି । ତେବେ ପଶ୍ଚିମବଙ୍ଗରେ ଦଙ୍ଗାକାରୀମାନେ ଟ୍ରେନ ଓ ଅନ୍ୟ ରେଳବାଇ ସଂପତ୍ତିର ବ୍ୟାପକ କ୍ଷତି ଘଟାଇଛନ୍ତି । କେତେକ ସ୍ଥାନରେ ଯାତ୍ରୀମାନେ ଟ୍ରେନ ଭିତରେ ଥିଲେ ମଧ୍ୟ ସେଥିରେ ନିଆଁ ଲଗାଯାଇଛି । ଏହାକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ସମ୍ବନ୍ଧିତ ଖବର