ଚିକାଗୋର ଇଣ୍ଡିଆନା ନାଇଟ୍ କ୍ଲବରେ ଗୁଳି: ୨ ମୃତ, ୪ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ଥିବା ଇଣ୍ଡିଆନା ନାଇଟ୍ କ୍ଲବରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ଜଣଙ୍କ ଜୀବନ ଯାଇଛି। ୪ ଜଣ ଆହତ ହୋଇଛନ୍ତି। ଚିକାଗୋର ଦକ୍ଷିଣ-ପୂର୍ବରେ ଥିବା ଗ୍ୟାରିର ଇଣ୍ଡିଆନା କ୍ଲବରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଧ୍ୟାହ୍ନ ପ୍ରାୟ ୨ଟାରେ ଏହି ଅଘଟଣ ଘଟିଛି। ପୁଲିସ କହିଛି ଯେ, ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ପ୍ଲାୟୋର ନାଇଟ୍ କ୍ଲବ୍ ପ୍ରବେଶ ଦ୍ୱାର ନିକଟରେ ଥିଲେ ଏବଂ ତାଙ୍କ ନିକଟରେ ଜଣେ ୨୬ ବର୍ଷ ବୟସ୍କା ମହିଳା ଥିଲେ। ଗୁଳିମାଡରେ ଉଭୟେ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସେଠାକାର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ତେବେ ଗୁରୁତର ଚାରିଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅଧିକାରୀମାନେ ପୀଡ଼ିତାଙ୍କ ନାମ କିମ୍ବା ଗୁଳି ବିନିମୟର କାରଣ କ’ଣ ହୋଇଥାଇପାରେ ସେ ସମ୍ପର୍କରେ କିଛି କହିନାହାନ୍ତି। ତେବେ କିଏ ଗୁଳି କରିଛି ତାହାର ତଦନ୍ତ ଜାରି ରହିଛି ବୋଲି ସେଠାକାର ପୁଲିସ କହିଛି। ଗତ କିଛି ଦିନ ହେଲା ଆମେରିକାର ବିଭିନ୍ନ ସ୍ଥାନରେ ଗୁଳିମାଡ ଜାରି ରହିଛି।

ସମ୍ବନ୍ଧିତ ଖବର