ହାଇସ୍କୁଲରେ ଗୁଳି: ମହିଳା ମୃତ, ୨ ଗୁରୁତର

ନ୍ୟୁ ଓରଲିଆନସ: ଆମେରିକାର ନ୍ୟୁ ଓରଲିଆନସ ସହରରେ ଥିବା ମୋରିସ ଜେଫ ହାଇସ୍କୁଲରେ ଗୁଳି ଫୁଟିଛି। ଗୁଳି ମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି ବୋଲି ଏନବିସି ନ୍ୟୁସଠାରୁ ଖବର ପାଇ ପୁଲିସ ପ୍ରକାଶ କରିଛି। ଜାଭିଅର ବିଶ୍ବବିଦ୍ୟାଳୟ ଅଧୀନ ଉକ୍ତ ସ୍କୁଲରେ ମଙ୍ଗଳବାର ସ୍ନାତକ ଶ୍ରେଣୀର ସମାବର୍ତ୍ତନ ଉତ୍ସବ ଚାଲିଥିବାବେଳେ ସେଠାରେ ଉପସ୍ଥିତ ୩ଜଣ ଦୁର୍ବୃତ୍ତ ହଠାତ୍‌ ଗୁଳି ଚଳାଇଥିଲେ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ଯୋଗ୍ୟ ଯେ, ଟେକ୍ସାସର ଉଭାରେଡଠାରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲରେ ଗତ ମଙ୍ଗଳବାର ଗୁଳି ମାଡ ହେବାରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ମନରୁ ନଲିଭୁଲୁ ପୁଣି ବିଦ୍ୟାଳୟରେ ଗୁଳିକାଣ୍ଡ ବିଦ୍ୟାଳୟଗୁଡିକରେ ଭୟର ବାତାବରଣ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର