ଜେରୁଜେଲମରେ ଗୁଳିମାଡ଼: ୭ ଇସ୍ରାଏଲୀ ମୃତ

ଜେରୁଜେଲମ: ଜେରୁଜେଲମ ଉପକଣ୍ଠରେ ଇହୁଦୀମାନଙ୍କ ଉପାସନା ଗୃହ ଉପରେ ଜଣେ ବନ୍ଧୁକଧାରୀର ଆକ୍ରମଣରେ ୭ ଜଣ ଇସ୍ରାଏଲୀଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୩ ଜଣ ଆହତ ହୋଇଛନ୍ତି। ତେବେ ଇହୁଦୀଙ୍କ ଉପାସନା ଗୃହ ବାହାରେ ପୁଲିସ ଗୁଳିରେ ବନ୍ଧୁକଧାରୀ ବ୍ୟକ୍ତି ଜଣକ ପ୍ରାଣ ହରାଇଛି।

ୱେଷ୍ଟ ବ୍ୟାଙ୍କର ଶରଣାର୍ଥୀ ଶିବିରରେ ଇସ୍ରା‌ଏଲୀ ପୁଲିସ ଚଢ଼ଉ କରି ୯ ଜଣ ପାଲେଷ୍ଟେନୀୟଙ୍କୁ ହତ୍ୟା କରିବା ପରେ ଏହି କାଣ୍ଡ ଘଟିଛି। ଅନ୍ତର୍ଜାତୀୟ ହୋଲୋକାଷ୍ଟ ସ୍ମରଣ ଦିବସରେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ଏଥିପାଇଁ ବର୍ତ୍ତମାନ କେହି ନିଜକୁ ଦାୟୀ କରିନାହାନ୍ତି ତେବେ ଶରଣାର୍ଥୀ ଶିବିରରେ ପୁଲିସ ଚଢ଼ଉ ସହ ଏହି ହତ୍ୟାକାଣ୍ଡର ସଂପର୍କ ରହିଥିବା ସନ୍ଦେହ କରାଯାଉଛି। ୨୦୦୮ ମସିହାଠାରୁ ଇହୁଦୀଙ୍କ ଉପାସନା ଗୃହ ଉପରେ ଏଭଳି ମାରତ୍ମକ ଆକ୍ରମଣ କେବେ ଦେଖିବାକୁ ମିଳି ନଥିଲା। ଇସ୍ରାଏଲ ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିବା ସହିତ ୨୧ ବର୍ଷୀୟ ପାଲେଷ୍ଟେନୀୟ ବାସିନ୍ଦାଙ୍କୁ ସନ୍ଦିଗ୍ଧ ବୋଲି ଚିହ୍ନଟ କରିଛି। ତେବେ ଆକ୍ରମଣ ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁ୍କ୍ରବାର ଆକ୍ରମଣସ୍ଥଳ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର