ଋଷିଆ ସ୍କୁଲରେ ଗୁଳିକାଣ୍ଡ, ୧୧ ମୃତ

ମସ୍କୋ :  ଦକ୍ଷିଣ-ପଶ୍ଚିମ ଋଷିଆର ଟାଟାରସ୍ତାନ ରାଜ୍ୟର ରାଜଧାନୀ କାଜାନ ସହରରେ ଥିବା ଏକ ସ୍କୁଲରେ ଆଜି ଏକ ଗୁଳିକାଣ୍ଡ ଘଟି ସ୍କୁଲ ପିଲା ଓ ଜଣେ ଶିକ୍ଷକଙ୍କୁ ମିଶାଇ ମୋଟ ୧୧ ଜଣ ପ୍ରାଣ ହରାଇଛନ୍ତି  ଓ କେତେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ଋଷିଆର ସ୍ପୁଟନିକ ନ୍ୟୁଜର ରିପୋର୍ଟ ଅନୁସାରେ ଆଜି ସ୍କୁଲ ଚାଲିଥିବାବେଳେ ଦୁଇଜଣ ଅଜଣା ବନ୍ଧୁକଧାରୀ ସ୍କୁଲରେ ପ୍ରବେଶ କରି ପ୍ରଥମେ ଏକ ବିସ୍ଫୋରଣ କରିବା ସହ ପିଲାମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ପ୍ରାୟ ୧୦ ଜଣ ସ୍କୁଲ ପିଲା ଓ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି । ମୃତ ସ୍କୁଲ ପିଲାଙ୍କ ମଧ୍ୟରୁ ଦୁଇଜଣ ପିଲା ଭୟରେ ସ୍କୁଲ କୋଠାଉପରୁ ଡେଇଁ ପଡ଼ିବାରୁ ପ୍ରାଣ ହରାଇଥିଲେ ।

ଖବର ପାଇଁ ପୁଲିସ ସ୍କୁଲ ଉପରେ ଚଢଉ କରି ଦୁଇଜଣ ବନ୍ଧୁକଧାରୀଙ୍କୁ ଗୁଳି କରି ମାରି ଦେଇଛି । ଏହି ବନ୍ଧୁକଧାରୀଙ୍କ ମଧ୍ୟରୁ ଜଣକର ବୟସ ୧୯ ବର୍ଷ ଓ ତା ନିକଟରେ ଏକ ପଂଜୀକୃତ ବନ୍ଧୁକ ଥିବା ଜଣାଯ଼ାଇଛି ।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘଣ୍ଟରେ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବୋଲି

ସମ୍ବନ୍ଧିତ ଖବର