ଆମେରିକା ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ, ୩ ମୃତ

ନ୍ୟୁୟର୍କ : ରବିବାର ବିଳମ୍ବିତ ରାତିରେ ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ପୋଲିସ ସଂଦିଗ୍ଧ ବ୍ୟକ୍ତି ଖ୍ରୀଷ୍ଟୋଫର ଡାର୍ନେଲ ଜୋନ୍ସ ବୋଲି ଚିହ୍ନଟ କରିଛି। ସେ ଉକ୍ତ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର । ଏହି ଗୁଳିକାଣ୍ଡ ପରେ ପୁଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି । ତେବେ ଗୁଳିକାଣ୍ଡ ଘଟାଇଥିବା ଯୁବକ ଜୋନ୍ସ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚାଲିଛି । ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପୋଲିସ ବିଭାଗ ମଧ୍ୟ ସନ୍ଦିଗ୍ଧଙ୍କ ଚିତ୍ର ଟ୍ୱିଟ୍ କରି ଜାରି କରାଯାଇଛି ।

Image

ରବିବାର ରାତି ସାଢେ ୧୦ଟା ସମୟରେ ବିଶ୍ବବିଦ୍ୟାଳୟରେ ଏହି ଗୁଳିକାଣ୍ଡ ହେଉଥିବା ପୁଲିସ ଖବର ପାଇଥିଲା ।

ରିପୋର୍ଟ ଅନୁଯାୟୀ, ଜୋନ୍ସ ଏକ ଜ୍ୟାକେଟ୍, ନାଲି ଜୋତା ଏବଂ ନୀଳ ଜିନ୍ସ ପିନ୍ଧିଥିଲେ। ସୁଟିଂର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଚାର୍ଲଟସଭିଲର କ୍ୟାମ୍ପସରେ ଥିବା ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି ।

 

ସମ୍ବନ୍ଧିତ ଖବର