କଲରାଡୋ: ବୁଧବାର ଦିନ ଡେନ୍ବର୍ ଉପନଗରୀସ୍ଥିତ ଏକ ଓ୍ଵାଲ୍ମାର୍ଟ ଷ୍ଟୋର୍ ମଧ୍ୟରେ ଏକାଧିକ ଲୋକଙ୍କୁ ଗୁଳି ମରାଯାଇଛି। ଏଥିରେ ଦୁଇଜଣ ଲୋକ ନିହତ ହେବା ସହ ଜଣେ ମହିଳା ଆହତ ହୋଇଛନ୍ତି ବୋଲି କଲରାଡୋ ଅନ୍ତର୍ଗତ ଥର୍ଣ୍ଣଟନ୍ ପୁଲିସ୍ କହିଛି।
ଆମେରିକାର ଡେନ୍ବର୍ର ଉତ୍ତରପୂର୍ବକୁ ପ୍ରାୟ ୧୬ କିଲୋମିଟର୍ ଦୂରରେ ଥର୍ଣ୍ଣଟନ୍ ଅବସ୍ଥିତ।
ଆମର ଏକାଧିକ ଲୋକ ଗୁଳି ଚୋଟ ଖାଇଛନ୍ତି, ସେମାନଙ୍କର ଅବସ୍ଥା କ’ଣ ଆମେ ଆକଳନ କରିବାକୁ ଉଦ୍ୟମ କରୁଛୁ ବୋଲି ଥର୍ଣ୍ଣଟନ୍ ପୁଲିସ ବିଭାଗର ଅଧିକାରୀ ଭିକ୍ଟର୍ ଏବିଲା ଗଣମାଧ୍ୟମକୁ କହିଛନ୍ତି।
ଏବିଲା କହିଛନ୍ତି ଯେ ସନ୍ଧ୍ୟା ସାଢ଼େ ଛଅଟା ବେଳେ ପୁଲିସକୁ ଷ୍ଟୋର୍ରୁ ଡାକରା ଆସିଥିଲା। ଘଟଣାସ୍ଥଳରେ ପ୍ରଥମ ଛେକ ପୁଲିସ ଅଧିକାରୀମାନେ ପହଞ୍ଚିଲାବେଳକୁ ଗୁଳି ଚାଳନା ବନ୍ଦ ହୋଇ ସାରିଥିଲା।
ଘଟଣା ଘଟିବାର ଘଣ୍ଟାଏ ପରେ ମଧ୍ୟ ପରିସ୍ଥିତି, ଘଟଣାର ପ୍ରକାର କିଂବା ଧମକର ସ୍ତର ଅସ୍ପଷ୍ଟ ରହିଛି ବୋଲି ସେ କହିଛନ୍ତି।
ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଜଣେ ମହିଳା ଯାହାଙ୍କ ପୁଅ ଓ୍ଵାଲ୍ମାର୍ଟରେ ଥିଲା, ସେ ତା’ ମାଆଙ୍କୁ କହିଛି ଯେ ସେ ପ୍ରାୟ ୩୦ଟି ଗୁଳିଫୁଟିବା ଶବ୍ଦ ଶୁଣିଛି ଏବଂ ସେ ତଥାପି ଷ୍ଟୋର୍ ମଧ୍ୟରେ ରହିଛି।
ଟୁଇଟ୍ରେ ପୋଷ୍ଟ୍ କରାଯାଇଥିବା ଏକ ଭିଡିଓରେ ଦୃଶ୍ୟମାନ ହେଉଛି: ବନ୍ଧୁକଧାରୀ ପୁଲିସଙ୍କ ବ୍ୟତୀତ ଷ୍ଟୋର୍ ଖାଲି ଖାଲି ଲାଗୁଛି।
ସ୍ଥାନୀୟ ଟେଲିଭିଜନ୍ ଫଟୋରୁ ଦେଖା ଯାଉଛି: ଗୁଡ଼ାଏ ପୁଲିସ୍ କାର୍ ଏବଂ ଆମ୍ବ୍ୟୁଲାନ୍ସ୍ ଓ୍ଵାଲ୍ମାର୍ଟ ଚାରିପଟେ ରଖାଯାଇଛି ଓ ଲାଇଟ୍ ଝଲସୁଛି। ଆମେରିକା ଇଣ୍ଟର୍ସେଟ୍ ୨୫ ପାଖରେ ଷ୍ଟୋର୍ଟି ଅବସ୍ଥିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/hhh-1.jpg)