ଲଣ୍ଡନ : ଲଣ୍ଡନ ନଗରୀର ପ୍ରସିଦ୍ଧ ଲଣ୍ଡନ ବ୍ରିଜ ଅଞ୍ଚଳରେ ଏକ ପୁଲିସ ଏନକାଉଣ୍ଟର ହୋଇଥିବା ଖବର ହସ୍ତଗତ ହୋଇଛି । ଏକ ବ୍ୟକ୍ତି ଛୁରୀ ସାହାଯ୍ୟ କେତେକ ଲୋକଙ୍କୁ ଆକ୍ରମଣ କରିଥିବା ଖବର ମିଳିବା ପରେ ଲଣ୍ଡନର ମେଟ୍ରୋପଲିଟାନ ପୁଲିସର ଜରୁରୀକାଳିନ କାର୍ଯ୍ୟାନୁଷ୍ଠାନ ଟିମ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିକୁ ଏନକାଉଣ୍ଟର କରିଥିଲା । ଏହି ଘଟଣା ସ୍ଥାନୀୟ ସମୟ ଅପରାହ୍ଣ ୨ଟା ( ଭାରତୀୟ ସମୟ ସାଢେ ୭ଟା ) ସମୟରେ ହୋଇଥିଲା । ତେବେ ଏହା ଆତଙ୍କବାଦୀ ଘଟଣାକି ନା ସେ ସଂପର୍କରେ ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।
Great job! pic.twitter.com/iPmy41YzEy
— Aaron Udell (@aaron94446498) November 29, 2019
ଏହି ଘଟଣାରେ ୫ ଜଣ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି । ବିସ୍ଫୋରକ ଥିବା ଆଶଙ୍କାରେ ସଂପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି । ଘଟଣା ଉପରେ ନଜର ରଖାଯାଇଛି ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ।