ନୂଆଦିଲ୍ଲୀ: ଥରେ ଚିନ୍ତା କରନ୍ତୁ ତ ଯଦି ଆପଣଙ୍କୁ କିଛି ଭଲ ବ୍ରାଣ୍ଡ୍ର ନୂଆ ଟିଭି ଆବଶ୍ୟକଠାରୁ ଯଥେଷ୍ଟ କମ୍ ଦରରେ ମିଳେ ତେବେ ଆପଣ କ’ଣ କରିବେ? ଟିଭିର ଦର ୩୨ ହଜାର ହୋଇଥିବା ବେଳେ ଯଦି କୌଣସି ମଲ୍ରେ ତାହା ମାତ୍ର ଅଢ଼େଇ ହଜାର ଟଙ୍କାରେ ବିକ୍ରି ହୁଏ ତ? ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଫ୍ରାନ୍ସରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ରାନ୍ସର ଏକ ମଲ୍ରେ ୩୧ ହଜାର ୫୦୦ ଟଙ୍କାର ଟିଭି ଉପରେ ଭୁଲ୍ବଶତଃ ୨୪ ଶହ ୫୦ ଟଙ୍କାର ପ୍ରାଇସ୍ ବୋର୍ଡ ଲଗାଇ ଦିଆଯାଇଥିଲା। ଏହି ଦରଟି ସଙ୍ଗେ ସଙ୍ଗେ ସୋସିଆଲ୍ ମିିଡିଆରେ ଭାଇରାଲ୍ ହେଇଥିଲା। ତା’ପରେ ମଲ୍ରେ ଜମିଥିଲା ଅସଂଖ୍ୟା ଲୋକ ଭିଡ଼। ଟିଭି ନେବାକୁ ମଲ୍ରେ ପହଞ୍ଚିଥିଲେ ହଜାର ହଜାର ଲୋକ। ଶେଷରେ ପରିସ୍ଥିିତି ଅସମ୍ଭାଳ ହେବାରୁ ମଲ୍ କର୍ତ୍ତୃପକ୍ଷଙ୍କୁ ପୁଲିସ୍ ଡକାଇବାର ଆବଶ୍ୟକତା ପଡ଼ିିଥିଲା।
ଜାଣିବାକୁ ମିଳିଛି ଯେ ଲୋକମାନେ ମଲ୍ ଭିତରେ ପହଞ୍ଚି ସେମାନଙ୍କ ସପିଂ ବାସ୍କେଟ୍ରେ ଏକା ସାଙ୍ଗରେ ୪ଟି ଲେଖାଏ ଟିଭି ଭର୍ତ୍ତି କରି ଦେଇଥିଲେ। ତାପରେ ସିଧା ବିଲିଂ କାଉଣ୍ଟର୍ରେ ପହଞ୍ଚିଥିଲେ ବିଲ୍ କରିବାକୁ। ଯେତେବେଳେ ବିଲିଂ କାଉଣ୍ଟର୍ରେ ଗ୍ରାହକଙ୍କୁ ଗୋଟାଏ ଟିଭିର ଦାମ ୩୨ ହଜାର କୁହାଗଲା ସେମାନେ ସାଥୀ ହୋଇ ମଲ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ବୋର୍ଡ ଲଗା ଯାଇଥିବା ଦରରେ ହିଁ ଟିଭି ଦେବାକୁ ଦାବି କରି ଅଡ଼ି ବସିିଥିଲେ।
/sambad/media/post_attachments/wp-content/uploads/2020/01/tv2_011320021942-300x222.jpg)
ମଲ୍ କର୍ତ୍ତୃପକ୍ଷ ଆଉ କିଛି ଉପାୟ ନପାଇ ଶେଷରେ ପୁଲିସ୍ ଡକାଇବାକୁ ବାଧ୍ୟ ହୋଇଥିଲେ। ପୁଲିସ୍ ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଲୋକମାନେ ବୁଝିବା ପରିସ୍ଥିତିରେ ନଥିଲେ। ଶେଷରେ ବାଧ୍ୟ ହୋଇ ମଲ୍ ବନ୍ଦ କରିବାକୁ ପଡ଼ିଥିଲା। ମଲ୍ ବନ୍ଦ ପରେ ପୁଲିସ୍ ଲୋକମାନଙ୍କୁ ବୁଝାସୁଝା କରି ଭିଡ଼ କମ୍ କରାଇବାରେ ସମର୍ଥ ହୋଇଥିଲା।