ଅମାନବୀୟ କାଣ୍ଡ: ବିସ୍କୁଟ ପାଇଁ ୪ ନାବାଳକଙ୍କୁ ପିଟିବା ସହ ଖୁଣ୍ଟରେ ବାନ୍ଧିଲେ ଦୋକାନୀ

ପାଟନା: ବିହାରର ବେଗୁସରାଇ ଜିଲ୍ଲାରେ ଲୋକଙ୍କ ଅମାନବୀୟ ଚେହେରା ସାମ୍ନାକୁ ଆସିଛି | ଯେଉଁଠାରେ ଚାରିଜଣ ନାବାଳକଙ୍କୁ ଏକ ଦୋକାନରୁ ବିସ୍କୁଟ ଏବଂ କୁରକୁରେ ଚୋରି ଅଭିଯୋଗରେ ନିର୍ଦ୍ଧୁମ ମାଡ ମରାଯିବା ସହ ଏକ ପୋଲରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖାଯାଇଥିଲା। ଅକ୍ଟୋବର ୨୮ରେ ଫାଜିଲପୁର ଗ୍ରାମରେ ଏହି ଘଟଣା ଘଟିଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ଦର୍ଶକ ଭାବରେ ସବୁକିଛି ଦେଖୁଥିଲେ ମଧ୍ୟ କେହି ୪ ନାବାଳକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ଏହି ସମୟରେ କେହି କେହି ଏହି ଘଟଣାର ଭିଡିଓ ମଧ୍ୟ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ୍ ହେଉଛି | ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଚାରି ନାବାଳକଙ୍କୁ ଏକ ଖୁଣ୍ଟରେ ବନ୍ଧାଯାଇଛି |

ଯାହାର ଭିଡିଓ ଭାଇରାଲ ହେବା ପରେ ଏସପି ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଥାଉ କି ଦୋକାନୀଙ୍କ ଅଭିଯୋଗ ମୁତାବକ ଶନିବାର ସକାଳେ ଏହି ଚାରିଜଣ କୁନି ପିଲା ତାଙ୍କ ଦୋକାନରେ ପଶି ବିସ୍କୁଟ ଏବଂ କୁରକୁରେ ଭଳି ଖାଦ୍ୟ ସାମଗ୍ରୀ ଚୋରି କରିଥିଲେ | ତେବେ ଦୋକାନୀ ଏହି ୪ଜଣଙ୍କୁ ଧରିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ | ସ୍ଥାନୀୟ ଲୋକମାନେ ମିଶି ୪ ନାବାଳକଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଖୁଣ୍ଟରେ ବାନ୍ଧି ପକାଇଥିଲେ | ଏନେଇ ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି ଯେ ଏହି ଘଟଣା ବାବଦରେ ଜଣାପଡିବା ପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର