ସୋପିଆଁ : ସୁରକ୍ଷା କର୍ମୀଙ୍କ ସହିତ ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ, ଆତଙ୍କବାଦୀଙ୍କ ଗୁଳିରେ ୪ ଫଟୋ ସାମ୍ବାଦିକ ଗୁରୁତର
Sambad is now on WhatsApp
Join and get latest news updates delivered to you via WhatsApp
ସୋପିଆଁ : ଜାମ୍ମୁଓ କଶ୍ମୀରର ସୋପିଆଁ ଜିଲ୍ଲାର ଜୈନାପୋରାର ହେପ୍ ଶିରମଲ ଫଳବଗିଚାରେ ଆଜି ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟିଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏହି ଏନକାଉଣ୍ଟର ସମୟରେ ସମ୍ବାଦ ସଂଗ୍ରହ କରୁଥିବା ୪ ଜଣ ୪ ଜଣ ଫଟୋ ସାମ୍ବାଦିକ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି।
ଜାମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାର ଜୈନାପୋରାର ହେପ୍ ଶିରମଲ ଫଳବଗିଚାରେ କେତେକ ଆତଙ୍କବାଦୀ ଛପି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଠୋସ୍ ସୂଚନା ମିଳିଥିଲା। ସୂଚନା ଆଧାରରେ ସୁରକ୍ଷା କର୍ମୀ ଅଞ୍ଚଳକୁ କର୍ଡ଼ନ କରି ସଚ୍ର୍ ଅପରେସନ ଚଳାଇଥିଲେ। ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଛନ୍ତି। ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛିି। ତେବେ ଏହି ଏନ୍କାଉଣ୍ଟରକୁ କଭର କରୁଥିବା ୪ ଜଣ ଫଟୋ ସାମ୍ବିଦିକ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥ୍ାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।