ଧାନବାଦ: ଟଙ୍କା ନେଇ ଦେଲେ ନାହିଁ ବିଦ୍ୟୁତ ସଂଯୋଗ, ଆଉ ଏହି ଘଟଣାରେ ରାଗି ଯାଇ ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଦୋକାନୀ | ଝାଡ଼ଖଣ୍ଡର ଧାନବାଦରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଧାନବାଦର ହିରାପୁର ଅଂଚଳର ଆଦର୍ଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରେ ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ କର୍ମଚାରୀ ବା ଲାଇନମ୍ୟାନ ଓମ୍ ପ୍ରକାଶଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ। ଚାରିମାସ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିନଥିଲା | ଓମ୍ ପ୍ରକାଶ ଧରାଛୁଆଁ ଦେଉନଥିବାବେଳେ ଯେତେବେଳେ ଦୋକାନୀ ତାଙ୍କୁ ଫୋନ କରୁଥିଲେ, ସେ ଫୋନ୍ ଉଠାଉନଥିଲେ | ଏହାକୁ ନେଇ ଦୋକାନୀ ଜଣକ ରାଗିଯାଇଥିଲେ | ଆଜି ଦୋକାନୀ ଜଣକ ଲାଇନମ୍ୟାନଙ୍କ ସହ ଭେଟ ହୋଇଯିବାରୁ ସେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ |

Advertisment

ଏହା ପରେ ଆଦର୍ଶ ଲାଇନମ୍ୟାନଙ୍କୁ ଧରି ଏକ ଲୁହା ଶିକୁଳିରେ ବାନ୍ଧି ପକାଇଥିଲେ | ଏଭଳି ଅବସ୍ଥାରେ ଲାଇନମ୍ୟାନ ଜଣକ ସମସ୍ତଙ୍କୁ ତାଙ୍କୁ ଖୋଲିଦେବାକୁ ନିବେଦନ କରିଥିଲେ | କିନ୍ତୁ କେହି ଶୁଣିନଥିଲେ | ଏନେଇ ପୁଲିସ ପାଖରେ ସୂଚନା ପହଞ୍ଚିବା ପରେ ଘଟଣାସ୍ଥଳରେ ପହଂଚି ବନ୍ଧକ ଲାଇନମ୍ୟାନଙ୍କୁ ଉଦ୍ଧାର କରିଥିଲା | କୁହାଯାଉଛି ଯେ କମର୍ସିୟାଲ ବିଦ୍ୟୁତ ସଂଯୋଗ ସ୍ଥାପନ ପାଇଁ ଦୋକାନୀ ଆଦର୍ଶ ଗୁପ୍ତା ଫେବୃଆରୀ ୨୦ରେ ଓମ ପ୍ରକାଶଙ୍କୁ ୧୫,୦୦୦ ଟଙ୍କା ଦେଇଥିଲେ। ଗତ ୬ମାସ ଧରି, ଓମପ୍ରକାଶ ବିଦ୍ୟୁତ ସଂଯୋଗ ପାଇଁ ବିଳମ୍ବ କରୁଥିଲେ | ତେବେ ଆଜି ଦୋକାନୀଜଣକ ଲାଇନମ୍ୟାନଙ୍କୁ ହଠାତ ଦେଖି ତାଙ୍କୁ ବାନ୍ଧି ପକାଇଥିଲେ | ସେ ପ୍ରାୟ ୨ଘଣ୍ଟା ଧରି ବନ୍ଧକ ରହିଥିଲେ।