ଚଳନ୍ତା ଟ୍ରେନରେ ମିଳିବ ସପିଂର ସୁବିଧା

ମୁମ୍ବାଇ: ଚଳନ୍ତା ଟ୍ରେନରେ ସପିଂର ସୁବିଧା ଯୋଗାଇ ଦେଇ ଏବେ ରୋଜଗାର କରିବାକୁ ଚାହୁଁଛି ରେଳବାଇ। ଏଥିପାଇଁ ଖୁବ ଶୀଘ୍ର ପଶ୍ଚିମ ରେଳବାଇର ୧୬ଟି ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରାଯିବ। ମେସର୍ସ ଏଚ ଭି ଏନ୍‌ ପ୍ରାଇଭେଟ୍‌ ଲିମିଟେଡ ନାମକ ଏକ କଂପାନିକୁ ୫ ବର୍ଷର ଅବଧି ଲାଗି ୩.୬୬ କୋଟି ଟଙ୍କାର ଏହି ଠିକା ଦିଆଯାଇଥିବା ଜଣାଯାଇଛି। ଯୋଜନା ଅନୁଯାୟୀ ଟ୍ରେନ୍‌ରେ ଏଥିଲାଗି ଜାଗା ଦିଆଯିବ। ଯେଉଁଠି ଦୋକା ଖୋଲାଯାଇ ବିଶିଷ୍ଟ ସପିଂ କୋର୍ଟ ରହିବ। ଯାତ୍ରୀ କେବଳ ନଗଦ ଟଙ୍କା ନୁହେଁ,ବରଂ କ୍ରେଡିଟ୍‌ , ଡେବିଟ୍‌ କାର୍ଡ ଜରିଆରେ ମଧ୍ୟ କିଣାକିଣି କରିପାରିବେ।


ପ୍ରଥମ ପର୍ଯ୍ୟାୟରେ ତିନିଟି ଟ୍ରେନ୍‌ରେ ଏହି ବ୍ୟସ୍ଥାର ଶୁଭାରମ୍ଭ ହେବ। ଏଥିମଧ୍ୟରୁ ମୁମ୍ବାଇ-ଅହମ୍ମଦବାଦ୍‌ ଶତାବ୍ଦୀ ଏକ୍ସପ୍ରେସର ନାଆଁ ରହିଛି। ପଶ୍ଚିମ ରେଳବାଇର ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର କହିଛନ୍ତି ଯେ ଟ୍ରେନରେ ଯାତ୍ରୀମାନଙ୍କୁ ସୌନ୍ଦର୍ଯ୍ୟ,ହୋମ୍‌ ଓ କିଚେନ୍‌ ଉପକରଣ ଓ ଅନ୍ୟାନ୍ୟ ଫିଟ୍‌ନେସ ସାମଗ୍ରୀ ମଧ୍ୟ ମିଳିବ। ତେବେ ତମାଖୁ,ସିଗାରେଟ ଓ ଗୁଟ୍‌ଖା ଆଦି ବିକ୍ରି ହେବ ନାହିଁ। ଟ୍ରେନରେ ସକାଳ ୮ଟାରୁ ରାତି ୯ଟା ଯାଏଁ ଏହି ସାମଗ୍ରୀ ବିକ୍ରି କରାଯିବ ଲାଗି ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର