ମେ ୩୧ ପରେ କର୍ଣ୍ଣାଟକରେ ଖୋଲିବ ସପିଂମଲ୍‌, ହୋଟେଲ୍‌, ଥିଏଟର୍‌

ବେଙ୍ଗାଲୁରୁ: ଦେଶରେ ଚତୁର୍ଥ ପର୍ଯ୍ୟାୟ କୋଭିଡ-୧୯ ଲକ୍‌ଡାଉନ୍‌ ପରେ ଅର୍ଥାତ୍‌ ମେ ୩୧ ପରଠାରୁ କର୍ଣ୍ଣାଟକ ସରକାର ନିଜ ରାଜ୍ୟରେ ସପିଂମଲ୍‌, ହୋଟେଲ ଏବଂ ଥିଏଟର୍‌ ଆଦି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରାପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମର୍ଥନ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ଆଶା କରିଛନ୍ତି। ଏ ନେଇ ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପ୍ରବାସୀମାନେ ରାଜ୍ୟକୁ ଫେରୁଥିବାରୁ ଅଧିକ ମାତ୍ରାରେ ଖାଦ୍ୟ ଏବଂ ସେମାନଙ୍କର ରହଣୀ ପାଇଁ ହୋଟେଲ୍‌ର ଆବଶ୍ୟକତା ପଡୁଛି। ସେହିଭଳି ସପିଂମଲ୍‌ ଏବଂ ଥିଏଟରଗୁଡ଼ିକ ବନ୍ଦ ରହିବା ଫଳରେ ଏ ଶିଳ୍ପ ଉପରେ ନିର୍ଭରଶୀଳ ସଂଖ୍ୟାଧିକ ଲୋକଙ୍କ ଜୀବନଜୀବିକା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। କଳାକାରମାନେ ମଧ୍ୟ ହାତ ବାନ୍ଧି ବସିଛନ୍ତି। ଏଣୁ ରାଜ୍ୟରେ ସପିଂମଲ୍‌, ହୋଟେଲ୍‌ ଏବଂ ଥିଏଟର୍‌ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା କହିଛନ୍ତି।

ସମ୍ବନ୍ଧିତ ଖବର