ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି କହିଛନ୍ତି, ଟିକାକୁ ନେଇ କାହାର କିଛି ଦ୍ବନ୍ଦ୍ବ ନରହିବା ଉଚିତ୍‌। କେହି ବି ଟିକାକୁ ନେଇ ମ‌ନରେ କିଛି ସନ୍ଦେହ ରଖିବା ଉଚିତ୍‌ ନୁହେଁ। ବିନା ଭୟରେ ସମସ୍ତେ ଟିକା ନେବାପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଅନୁରୋଧ କରିଛନ୍ତି। ଆଜି ଲୋକସଭାରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେଙ୍କ ଏକ ପ୍ରଶ୍ନର ଉତ୍ତର ରଖି ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ସମସ୍ତଙ୍କୁ ଟିକାକରଣ କରିବାର କିଛି ଆବଶ୍ୟକତା ନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଶରେ ପ୍ରତ୍ୟେକ ଲୋକଙ୍କୁ ଟିକା ଦେବା ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି।

Advertisment