ସାବରିମାଲା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୁପରଷ୍ଟାର ରଜନୀକାନ୍ତ: ଧାର୍ମିକ ବ୍ୟାପାରରେ କୋର୍ଟ ହସ୍ତକ୍ଷେପ କରିବା ଅନୁଚିତ

ତିରୁବନନ୍ତପୁରମ୍‌: କେରଳ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ତାମିଲ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ଦୀର୍ଘ ଦିନ ନିଜର ମତ ରଖିଛନ୍ତି। ସାବରିମାଳା ବ୍ୟାପାରରେ କୋର୍ଟ ହସ୍ତକ୍ଷେପ ନ କରିବା ଉଚିତ ବୋଲି ସେ କହିଛନ୍ତି। ରାଜନୀତିରେ ପାଦ ଦେବାକୁ ଯାଉଥିବା ରଜନୀକାନ୍ତ କେରଳର ଆୟାପ୍ପା ମନ୍ଦିରରେ ପ୍ରଚଳିତ ପରମ୍ପରାକୁ ପୂର୍ବବତ ରଖାଯିବା ସପକ୍ଷରେ ମତ ରଖିଛନ୍ତି।

ରଜନୀକାନ୍ତ କହିଛନ୍ତି କି ‘କୌଣସି ମନ୍ଦିରର ପ୍ରଥା ବା ପୁରୁଣା ପରମ୍ପରା ହେଉଛି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଂଗ। ଏଥିରେ କୋର୍ଟଙ୍କୁ ମୁଣ୍ଡ ନ ପୂରାଇବା ଉଚିତ। ଯାହା ଯେପରି ଭାବେ ଚାଲିଥିଲା ତାହାକୁ ସେପରି ଭାବେ ଚାଲିବାକୁ ଦିଆଯିବାରେ ହିଁ ସମସ୍ତଙ୍କ ପାଇଁ ଭଲ।’

କାହାରି ଧାର୍ମିକ ଭାବନାକୁ ଆଘାତ ନ କରିବା ଉଚିତ ବୋଲି କହିଛନ୍ତି ରଜନୀକାନ୍ତ । ସେ ଆହୁରି ବି କହିଛନ୍ତି କି ସବୁ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରିବାର ଅନୁମତି ଦେଇ କାହାରି ଧାର୍ମିକ ଭାବନାକୁ ଆଘାତ ନ ଦିଆଯିବା ଉଚିତ।

ସାବରିମାଳା ପ୍ରସଂଗରେ ମତ ରଖିଥିବା ରଜନୀକାନ୍ତଙ୍କୁ ଯେତେବଳେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସଂଗରେ ମତ ରଖିବାକୁ କୁହାଗଲା ସେ କିଛି ହେଲେ କହି ନାହାନ୍ତି।

ସମ୍ବନ୍ଧିତ ଖବର