ଚିକିତ୍ସା ପାଇଁ ଆସିଥିବା ଶିଶୁକୁ ବଞ୍ଚାଇ ନପାରିବାରୁ ଭୋଭୋ ହୋଇ କାନ୍ଦିଲେ ଡାକ୍ତର, କହିଲେ ଦୟାକରି ଏଦୃଶ୍ୟକୁ ଥରେ ପୁଟିନଙ୍କୁ ଦେଖାନ୍ତୁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି। ଗତ ଫେବ୍ରୁଆରି ୨୪ ତାରିଖ ସକାଳ ଠାରୁ ଋଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି। ଋଷିଆ ଆକ୍ରମଣରେ ଏଯାବତ ୩୫୨ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ୧୬ଜଣ ଶିଶୁ ସାମିଲ ଥିବା କୁହାଯାଉଛି।

ଋଷିଆ ୟୁକ୍ରେନର ମାରିୟୁପୋଲ ସହର ନିକଟରେ ବୋମାବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ଜଣେ ୬ବର୍ଷର ଶିଶୁ ଗୁରୁତର ଆହତ ହୋଇଥିଲା। ଗତ ରବିବାର ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଁ ଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରକ୍ତ ବୋହି ଚାଲିଥିଲା।

ହସ୍ପିଟାଲର ମଡିକାଲ ଟିମ ଶିଶୁର ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ। ଶିଶୁର ଯନ୍ତ୍ରଣା ଦେଖି ଚିକିତ୍ସା କରୁଥିବା ଜଣେ ଡାକ୍ତର ଭୋଭୋ ‌ହୋଇ କାନ୍ଦି କହିଥିଲେ, ‘ଏ ଦୃଶ୍ୟ ପୁଟିନଙ୍କୁ  ଥରେ ଦେଖାଅ, ଶିଶୁର ନିରୀହ ଆଖି ଦେଖାଅ।’

ଶେଷରେ ବହୁ ଚେଷ୍ଟା ପରେ ବି ଶିଶୁକୁ ବଞ୍ଚାଇ ନପାରିବାରୁ ଘଟଣାସ୍ଥଳରେ ଥିବା ଡାକ୍ତରଟିମ ନିରାଶ ହୋଇ କାନ୍ଦିବାକୁ ଲାଗିଥିଲେ। ଏ ଦୃଶ୍ୟ ବହୁତ ଯନ୍ତ୍ରଣାଦାୟକ ଥିଲା।

ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦୁଇ ଦେଶ ଆଲୋଚନା କରିବେ ବୋଲି ଖବର ଆସିଛି। ଋଷିଆ ୟୁକ୍ରେନକୁ ‌ବେଲାଋଷରେ ଆଲୋଚନା କରିବାକୁ କହିଥିଲା। କିନ୍ତୁ ଏହି ପ୍ରସ୍ତାବରେ ୟୁକ୍ରେନ ରାଜି ନାହିଁ। ୟୁକ୍ରେନ ନିଜ ପସନ୍ଦର କିଛିଟା ସ୍ଥାନ ଋଷିଆକୁ ଦେଇଛି। କିନ୍ତୁ ଏଯାବତ ଦୁଇଦେଶ ମଧ୍ୟରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ।

ସମ୍ବନ୍ଧିତ ଖବର