ସୋ କେସ୍‌ ଓଡ଼ିଶା ଆଵାର୍ଡସ୍ ଓ କନକ୍ଲେଭ୍‌ରେ ୬ ଓଡ଼ିଆ ପୁରସ୍କୃତ

ନୂଆଦିଲ୍ଲୀ : ପିଏନ୍‌ଭି ଫାଉଣ୍ଡେସନ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଇଣ୍ଡିଆ ହାବିଟେଟ୍ ସେଣ୍ଟର ଠାରେ ଆୟୋଜିତ ସୋ କେସ୍‌ ଓଡ଼ିଶା ଆଵାର୍ଡସ୍ ଓ କନକ୍ଲେଭ୍‌ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ ବାଜି-ଦ ଇମୋର୍ଟାଲ ବୋଟ୍ ବୟ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯିବା ସହିତ ୬ ଜଣ ଓଡ଼ିଆଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ୬ ଜଣ ଓଡ଼ିଆ ହେଲେ- ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ବିଶେଷଜ୍ଞ ଡା ଅଶୋକ ଚୌଧୁରୀ, ମୂର୍ତ୍ତିକଳା‌େର ଖ୍ୟାତି ଥିବା ତଥା ଆଇଜିଏନସିଏର ମହାନିର୍ଦ୍ଦେଶକ ଆଦିତ୍ୟ ଗଡ଼ନାୟକ, ମହିଳା ସୁରକ୍ଷା ଅଧିକାର କର୍ମୀ ଓ ଲେଖିକା ମାନସୀ ପ୍ରଧାନ, କଳା ଓ ସଂସ୍କୃତି ପାଇଁ ଜଗନ୍ନାଥ ପଣ୍ଡା, ଆରଏନ ମହାନ୍ତି ଓ ଧାବିକା ଦୂତୀ ଚାନ୍ଦ। ପିଏନ୍‌ଭି ଗ୍ରୁପ୍ ର ପ୍ରତିଷ୍ଠାତା ସତ୍ୟବ୍ରତ ସାହୁଙ୍କ ଦ୍ବାରା କାର୍ଯ୍ୟକ୍ରମର ସଫଳ ଆୟୋଜନା ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର