ଶ୍ରଦ୍ଧା ହତ୍ୟାକାଣ୍ଡ: ୬୬୩୬ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଆଜି ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି । ପୁଲିସ ୬୬୩୬ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ଏଥିରେ ଅଭିଯୁକ୍ତ ଅଫ୍‌ତାବ ଅମିନ୍‌ ପୁନାୱାଲା ବିରୋଧରେ ବିସ୍ତୃତ ପ୍ରମାଣ ରହିଛି। ଅଫ୍‌ତାବର ନ୍ୟାୟିକ ହାଜତ ମିଆଦ ୭ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅଫ୍‌ତାବ ଅତି ବର୍ବର ହତ୍ୟା କରିବା ପରେ ଶବକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫୋପାଡ଼ିଥିଲା। ପୁଲିସ ମୁତାବକ ୧୭ ମେ’ରେ ଶ୍ରଦ୍ଧା ତାଙ୍କର ଜଣେ ସାଙ୍ଗଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଯାଇଥିଲେ। ୧୮ ମେ ଅପରାହ୍ନରେ ସେ ଦିଲ୍ଲୀର ଛତରପୁର ପହଞ୍ଚିଥିଲେ।

ଏହାପରେ ତାଙ୍କର ଅଫ୍‌ତାବ ସହିତ ବଚସା ହୋଇଥିଲା ଏବଂ ଅଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ଅଫ୍‌ତାବ ଶ୍ରଦ୍ଧାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ କିଛିଦିନ ରଖିଥିଲା ଏବଂ ଏହି ସମୟରେ ତାର ଆଉ ଜଣେ ଗାର୍ଲଫ୍ରେଣ୍ଡ ମଧ୍ୟ ସେହି ଫ୍ଲାଟ୍‌କୁ ଆସିଥିଲେ। ଶ୍ରଦ୍ଧାଙ୍କୁ ଯେଉଁ ମୁଦି ଅଫ୍‌ତାବ ଉପହାର ଦେଇଥିଲା ସେହି ମୁଦିକୁ ହିଁ ସେ ତା’ର ଗାର୍ଲଫ୍ରେଣ୍ଡ୍‌କୁ ଉପହାର ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର