ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟା ମାମଲାର ଏଯାବତ ସମାଧାନ ହୋଇ ନାହିଁ। ନିକଟରେ ଶ୍ରଦ୍ଧାଙ୍କ ବାପା ଝିଅର ଅନ୍ତିମ ସଂସ୍କାର ଅପେକ୍ଷା ଥିବା ଖବର ଆସିଥିବା ବେଳେ ରବିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମୁମ୍ବାଇରେ ରବିବାର ଶ୍ରଦ୍ଧାଙ୍କ ବାପାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବିକାଶ ୱାକର ତାଙ୍କ ସ୍ତ୍ରୀ ଏବଂ ପରିବାର ସହିତ ବସଇରେ ରହୁଥିଲେ।
ଅଧିକପଢ଼ନ୍ତୁ:ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ ବାପପୁଅ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଉଭୟଙ୍କ ଜୀବନ
ଦିଲ୍ଲୀରେ ୨୦୨୨ ମଇ ମାସରେ ଶ୍ରଦ୍ଧାଙ୍କ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଥିଲା। ଝିଅ ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ନିର୍ମମ ହତ୍ୟା ଭାବେ ହତ୍ୟା କରିବା ପରେ ବିକାଶ ୱାକର ଗଭୀର ମର୍ମାହତ ହୋଇପଡ଼ିଥିଲେ। ଶ୍ରଦ୍ଧାଙ୍କୁ ମହରୌଲି ଅଞ୍ଚଳରେ ତାଙ୍କ ଲିଭ-ଇନ୍ ପାର୍ଟନର୍ ଅଫତାବ୍ ଅମିନ୍ ପୁନାୱାଲା (୨୮) ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଶ୍ରଦ୍ଧା ଏବଂ ଆଫତାବ ମହରୌଲିରେ ଏକ ଭଡା ଘରେ ଏକାଠି ରହୁଥିଲେ।
ବିକାଶ ୱାକରଙ୍କର ଶେଷ ଇଚ୍ଛା ଥିଲା ଝିଅର ଶେଷକୃତ୍ୟ କରିବା, କିନ୍ତୁ ଏହି ଇଚ୍ଛା ତାଙ୍କର ପୂରଣ ହୋଇପାରିଲା ନାହିଁ। ଏହା ପୂର୍ବରୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।
କାରଣ ଏହି ହତ୍ୟା ମାମଲାରେ ଶ୍ରଦ୍ଧାଙ୍କ ମୃତଦେହର ଅବଶେଷ ହେଉଛି ମୁଖ୍ୟ ପ୍ରମାଣ । ତେଣୁ ଦିଲ୍ଲୀ ପୁଲିସ ଏହାକୁ ଶ୍ରଦ୍ଧାଙ୍କ ପରିବାରକୁ ପରିବାରକୁ ହସ୍ତାନ୍ତର ନକରି ନିଜ ପାଖରେ ରଖିଛି।
Shraddha Walkar's father, Vikas Walkar, died of a heart attack in Vasai, Mumbai. He was depressed and awaiting his daughter's ashes, whose murder case is ongoing with accused Aaftab in jail pic.twitter.com/gYO67mAklR
— IANS (@ians_india) February 9, 2025
ଶ୍ରଦ୍ଧାଙ୍କ ବାପା ବିକାଶ ୱାଲକର ଆଫତାବ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଏହି ମାମଲାରେ ଦିଲ୍ଲୀ ପୁଲିସ ଅଫତାବଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି। କୋର୍ଟରେ ମାମଲାର ଶୁଣାଣି ଚାଲିଛି। ଶ୍ରଦ୍ଧାଙ୍କ ନିର୍ମମ ହତ୍ୟା ପରେ ଏବେ ବାପା ବିକାଶ ୱାକରଙ୍କ ହୃଦଘାତରେ ହଠାତ ଏପରି ମୃତ୍ୟୁ ପରେ ପରିବାରର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ତଥାପି କିଛିଟା ଆଶା ରଖି ଝିଅ ଶ୍ରଦ୍ଧା ହତ୍ୟାର ନ୍ୟାୟ ଅପେକ୍ଷାରେ ଅଛନ୍ତି ପୀଡ଼ିତା ପରିବାର।
ଅଧିକପଢ଼ନ୍ତୁ:ଶ୍ରଦ୍ଧାଳୁଙ୍କ ମନମୋହୁଛନ୍ତି ସଙ୍ଗମକୁ ଆସିଥିବା ବିଦେଶୀ ପକ୍ଷୀ