ମୁମ୍ବାଇ: ୨୦୨୨ ମେ’ରେ ନିଜ ଲିଭ୍ ଇନ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିବା ଅଫତାବ ପୁନାୱାଲା ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ହିଟ୍ ଲିଷ୍ଟ୍ରେ ରହିଛି। ମୁମ୍ବାଇ ପୁଲିସ ସୂତ୍ରରୁ ଏହା ଜଣାପଡ଼ିଛି। ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ତଦନ୍ତ ସମୟରେ ମୁମ୍ବାଇ ପୁଲିସ ଏହା ଜାଣିପାରିଛି ଯେ ପୁନାୱାଲା ବିଷ୍ଣୋଇ ଗ୍ୟାଙ୍ଗ୍ର ଟାର୍ଗେଟ୍ରେ ରହିଛି। ଏହି ସୂଚନା ମିଳିବାପରେ ତିହାର ଜେଲ୍ ପ୍ରଶାସନ ପୁନାୱାଲା ରହୁଥିବା ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିଛି। ଜେଲ୍ ଅଧିକାରୀମାନେ କହିଛନ୍ତି, ଏନେଇ ବିସ୍ତୃତ ସୂଚନା ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୨ ମେ’ରେ ଅଫତାବ ପୁନାୱାଲା ଶ୍ରଦ୍ଧା ୱାକରଙ୍କୁ ତଣ୍ଟି ଚିପି ମାରିବାପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା। ଶ୍ରଦ୍ଧା ଅଫ୍ତାବକୁ ବିବାହ ପାଇଁ ବାଧ୍ୟ କରିବାରୁ ସେ ତାଙ୍କୁ ମାରିଦେଇଥିଲା। ଏହି ବର୍ବର ହତ୍ୟା ସେ ସମୟରେ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଲରେନ୍ସ ଗ୍ୟାଙ୍ଗ୍ ହିଟ୍ଲିଷ୍ଟ୍ରେ ଶ୍ରଦ୍ଧା ୱାକର ହତ୍ୟା ଅଭିଯୁକ୍ତ
୨୦୨୨ ମେ’ରେ ନିଜ ଲିଭ୍ ଇନ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିବା ଅଫତାବ ପୁନାୱାଲା ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ହିଟ୍ ଲିଷ୍ଟ୍ରେ ରହିଛି। ମୁମ୍ବାଇ ପୁଲିସ ସୂତ୍ରରୁ ଏହା ଜଣାପଡ଼ିଛି।
/sambad/media/media_files/2024/11/16/L7I3hqvb97mOyLGSk6xq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)