‘ଶ୍ରଦ୍ଧାକୁ ୩୫ ଖଣ୍ଡ କରାଯାଇଥିଲା, ତୋତେ ୭୦ ଖଣ୍ଡ କରିବି’ ମୁମ୍ବାଇରୁ ଆଉ ଏକ ନିର୍ଯ୍ୟାତନାର କାହାଣୀ  

ମୁମ୍ବାଇ : ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ଓ୍ବାଲକର୍ ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଘଟଣାକୁ ଉଦାହରଣଭାବେ ନେଇ ମୁମ୍ବାଇର ଜଣେ ବ୍ୟକ୍ତି ନିଜର ଲିଭ-ଇନ ପାର୍ଟନରଙ୍କୁ ନିର୍ଯ୍ୟାତନା ଦେଉଥିବାର ଖବର ମିଳିଛି । ଏହାକୁ ନେଇ ସଂପୃକ୍ତ ମହିଳା ନିଜ ପାର୍ଟନର ଅର୍ସଦ ସଲିମ ମଲ୍ଲିକ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି ।

ଗତ ନଭେମ୍ବର ୨୯ରେ ମୁମ୍ବାଇ ପୁଲିସରେ ମହିଳା କରିଥିବା ଅଭିଯୋଗ ଅନୁସାରେ ସଲିମ ତାଙ୍କୁ ୭୦ ଖଣ୍ଡ କାଟିବାକୁ ଧମକ ଦେଇଛି । ଏହା ସହିତ ନିର୍ଯ୍ୟାତନା, ଦୁଷ୍କର୍ମ ସହ ଧର୍ମପରିବର୍ତ୍ତନ ମଧ୍ୟ କରିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ପୀଡ଼ିତା ପୂର୍ବରୁ ଆଉ ଜଣକୁ ବିବାହ କରିଥିଲେ । ସେମାନଙ୍କ ଏକ ସନ୍ତାନ ବି ଥିଲା । କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ପୀଡ଼ିତା ଆଉ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ନିଜକୁ ହର୍ଷଲ ମାଲି ବୋଲି କହୁଥିଲା । ସେ ଦିନେ ତାକୁ ଏକ ଗାଁକୁ ନେଇ ଦୁଷ୍କର୍ମ କରିଥିଲା । ଏହା ପରେ ସେ ତାହାର ଭିଡିଓ ଦେଖାଇ ବ୍ଲାକମେଲ କରିଚାଲିଥିଲା ଓ ଲିଭ-ଇନରେ ରହୁଥିଲା । ପରେ ଜଣାପଡ଼ିଥିଲା ଯେ ତାହାର ନାଁ ହର୍ଷଲ ମାଲି ନୁହେଁ, ବରଂ ଅର୍ସଦ ସଲିମ ମଲିକ । ଏହା ପରେ ସେ ଜବରଦସ୍ତି ପୀଡ଼ିତାଙ୍କ ଧର୍ମ ପରିବର୍ତ୍ତନ କରିଥିବା ସେ ଅଭିଯୋଗ କରିଛନ୍ତି ।

 

 

ସମ୍ବନ୍ଧିତ ଖବର