ନ୍ୟାୟ ଦାବି‌ରେ ହ୍ବାଟ୍‌ସଆପ୍‌ ପ୍ରୋଫାଇଲ ପିକ୍‌ଚର ବଦଳାଇଲେ ଶ୍ରଦ୍ଧାଙ୍କ ବାପା

ନୂଆଦିଲ୍ଲୀ : ଅତି ବର୍ବର ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକର ନ୍ୟାୟଦାବିରେ ତାଙ୍କ ହ୍ବାଟ୍‌ସଆପ୍‌ ପିକ୍‌ଚର ବଦଳାଇଛନ୍ତି। ସେ ଝିଅ ପାଇଁ ନ୍ୟାୟ ମାଗିଛନ୍ତି। ତାଙ୍କ ପ୍ରୋଫାଇଲ ପିକ୍‌ଚରରେ ଜଣେ ମହିଳା ବିଚାରପତିଙ୍କ ଛବି ରହିଛି। ଏଥିରେ ସହିତ କେତୋଟି କୋଣାକାର ଡେଣା ବା ଓିଙ୍ଗର ଚିତ୍ର ସହିତ‌ ମୋ ଝିଅ ଶ୍ରଦ୍ଧା ପାଇଁ ନ୍ୟାୟ ବା ‘ଜଷ୍ଟିସ ଫର ମାଇଁ ଡଟର ଶ୍ରଦ୍ଧା’‌ ବୋଲି ଲେଖାଯାଇଛି। ଅଭିଯୁକ୍ତ ଅଫତାବ ପୁନାୱାଲାର ବୟାନ ଆଧାରରେ ପୁଲିସ ମେହରାଉଳିରୁ ହାଡ଼ ଜବତ କରିଛି। ଏହି ହାଡ଼ ଶ୍ରଦ୍ଧାର କି ନୁହେଁ ତାହା ଜାଣିବା ଲାଗି ଡିଏନଏ ପରୀକ୍ଷା ହେବ। ତେଣୁ ବାପା ବିକାଶ ୱାକର ଫରେନସିକ ଟିମ ନିକଟକୁ ନମୁନା ପଠାଇ ସାରିଛନ୍ତି। ଫରେନସିକ ଟିମର କିଛି ସଦସ୍ୟ ଏହି ଅପରାଧ ସଂପର୍କରେ ସୂଚନା ଦେଇଥିଲେ ମଧ୍ୟ ଦିଲ୍ଲୀ ପୁଲିସକୁ ବର୍ତ୍ତମାନ ସୁଦ୍ଧା ବିସ୍ତୃତ ରିପୋର୍ଟ ମିଳିନାହିଁ।

ସମ୍ବନ୍ଧିତ ଖବର